ଟାଙ୍ଗୀ:-୩୦/୦୬(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ତହସିଲ ଏବଂ ଟାଙ୍ଗୀ ତହସିଲ ଅଞ୍ଚଳରେ ବ୍ୟାପକ ହେଉଛି ଖଣି ଲୁଟ । ଚିଲିକା ତହସିଲ ପକ୍ଷରୁ ଆଦୌ ପଦକ୍ଷେପ ନିଆଯାଉନଥିବା ବେଳେ ଟାଙ୍ଗୀ ତହସିଲ ଅଞ୍ଚଳରେ ବେଳେବେଳେ ଚଢାଉ ହେଉଛି । ଏପରିକି ଯେଉଁ ତହସିଲଦାର ଅଧିକ ଖଣି ଉପରେ ଚଢ଼ାଉ କରୁଛନ୍ତି ତ ତାଙ୍କୁ ଖଣି ମାଫିଆ ଙ୍କ ତରଫରୁ ମରଣାନ୍ତକ ଆକ୍ରମଣ ହେଉଛି ନତୁବା ସମ୍ପୃକ୍ତ ତହସିଲଦାରଙ୍କୁ ବଦଳି କରାଯାଉଛି ରାଜନୈତିକ ଅଭିସନ୍ଧି ରଖି କିନ୍ତୁ ଖଣି ଲୁଟ ବଢିବା ଏବଂ ସ୍ଥାନୀୟ ପୋଲିସର ଲୋକ ଦେଖାଣିଆ ଚଢ଼ାଉ ଯୋଗୁଁ କୁହୁଡି, ଚଣ୍ଡେଶ୍ଵର ଅଞ୍ଚଳରେ ମାତିଛନ୍ତି ଖଣି ମାଫିଆ ।
ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ୱର୍ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ମର୍ମତୁକ ଦୁର୍ଘଟଣା, ସୂଚନା ଅନୁଯାୟୀ କୁହୁଡି ଠାରୁ ବାଲୁଗାଁ ଅଭିମୁଖେ ଯାଉଥିବା ଏକ ପଥର ବୋଝେଇ ଟ୍ରକ ଜୟମଙ୍ଗଳପୁର ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଉକ୍ତ ଗାଡ଼ି ରେ ଡ୍ରାଇଭର ସମେତ ଚାରିଜଣ ଯାଉଥିଲେ ଦୁର୍ଘଟଣା ପରେ ୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଗୋଟିଏ ସପ୍ତାହ ନୂତନ ତହସିଲଦାର ଟାଙ୍ଗୀରେ ଯୋଗ ଦେବାର ହୋଇନଥିବା ବେଳେ ଖଣି ଲୁଟ ବ୍ୟାପକ ବଢିଛି । ତୁରନ୍ତ ଖଣି ମାଫିଆଙ୍କ ବିରୋଧରେ କଡା ପଦକ୍ଷେପ ନନେଲେ ଆଗାମୀ ଦିନରେ ଖଣିମାଫିଆ ଙ୍କର ଦୌରାତ୍ମ୍ୟ ବୃଦ୍ଧି ହେବ।ତୁରନ୍ତ ଏ ଦିଗରେ ପୋଲିସ କଡ଼ା ଆଭିମୁଖ୍ୟ ନେବା ସହ ନୂତନ ଟାଙ୍ଗୀ ତହସିଲଦାର ଙ୍କର କାର୍ଯ୍ୟଶୈଳୀ ନେଇ ସାଧାରଣ ରେ ସନ୍ଦେହ ଉପୁଜୁଛି।