ଟାଙ୍ଗୀ:-୨୧/୦୬(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲାରେ ଚିଲିକା ବ୍ଲକ ଅଞ୍ଚଳରେ ୧୮ ବର୍ଷୀୟରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟିକାଦାନ ଆରମ୍ଭ ହୋଇଛି । ମହାମାରୀ କରୋନା ଖୋର୍ଦ୍ଧା ଜିଲ୍ଲାରେ ତାର ବର୍ତ୍ତମାନ ସୁଦ୍ଧା କାୟା ବିସ୍ତାର କରୁଥିବା ବେଳେ ୧୮ ବର୍ଷରୁ ଉର୍ଦ୍ଧ୍ବ ଯୁବବର୍ଗ ସରକାରଙ୍କ ତରଫରୁ ଟିକାଦାନ ପାଇଁ କରାଯାଇଥିବା CO-WIN ପୋର୍ଟାଲରେ ମୋବାଇଲ ନମ୍ବର ସହ ଆଧାର ଲିଙ୍କ କରିଥିବା ବେଳେ ଦୀର୍ଘ ଦିନ ଧରି ଯୁବବର୍ଗ ହତାଶ ହୋଇ ରହିଥିଲେ । କିନ୍ତୁ ରାଜ୍ୟ ସରକାର ରାଜଧାନୀ ବ୍ୟତୀତ ଅନ୍ୟ ଅଞ୍ଚଳରେ ଯୁବବର୍ଗ ଙ୍କର ଟିକାଦାନ ପ୍ରକ୍ରିୟାକୁ ମଂଥର କରିଥିଲେ।ଆଜି ସେହିଭଳି ଭାବରେ ଚିଲିକା ବ୍ଲକ କାଳୁପଡ଼ା ଘାଟ ଅଞ୍ଚଳରେ ଥିବା ଜରିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବଳ ଉତ୍ସାହ ସହ ଯୁବବର୍ଗ ଟୀକା ଦେବାକୁ ଲମ୍ବାଲାଇନ ପରିଲକ୍ଷିତ ହୋଇଥିଲା ।
ଯୁବବର୍ଗଙ୍କ ପାଇଁ ପୂର୍ବାହ୍ନ ୯ ଘଟିକା ରୁ ୧୨ ଘଟିକା ପର୍ଯ୍ୟନ୍ତ ଟିକାଦାନ ବ୍ୟବସ୍ଥା ରହିଥିବା ବେଳେ ଯୁବକ ଯୁବତୀ ମାନେ ଭୋର ଚାରିଟା ରାତିରୁ ଲମ୍ବା ଲାଇନ କରି ନିଜର ଟିକାଦେବା ପାଇଁ ଛିଡା ହୋଇଥିଲେ । ଏହି ଟିକାଦାନ ପାଇଁ ଜରିପଡା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଜିତୁ ରଞ୍ଜନ ଘଡେ଼ଇ ଏବଂ ଅନ୍ୟ ସହକର୍ମୀ ମାନେ ସମଦୂରତ୍ୱ ରକ୍ଷାକରିବାକୁ ଅଞ୍ଚଳବାସୀ ଙ୍କୁ ନିବେଦନ କରିଛନ୍ତି।ସେହିଭଳି ଭାବରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅପରାହ୍ନ ୩ ଘଟିକାରୁ ୬ଘଟିକା ଟିକାଦାନ ସମୟ ରହିଥିବାବେଳେ ୧୮ ବର୍ଷ ରୁ ୪୫ ବର୍ଷ ପାଇଁ ଦୁଇଶହ ଟୀକା ମହଜୁଦ ଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ୧୦୦ ଟି ଟୀକା ରହିଛି।