ଭୁବନେଶ୍ୱର,: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ସେ କୋଭିଡରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ବାହାରକୁ ଚିକିତ୍ସା ଲାଗି ନିଆଯାଇଥିଲା। ହେଲେ ସେ ଆଉ ନାହାନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କୁ ଇକ୍ମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ ସାହାଯ୍ୟରେ କୋଲକାତାକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପ୍ରାଣ ଚାଲି ଯାଇଛି ।