ଭୁବନେଶ୍ୱର: କରୋନା ମହମାରୀକୁ ମାତ ଦେବାକୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଟିକାକରଣ ସମୟ ବଦଳିଛି। ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ।ବିଏମସି କମିଶନର ଯେ, ଭୁବନେଶ୍ୱରରେ ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ ଟିକାକରଣ ଦିଆଯିବ। ପ୍ରଥମ ଡୋଜ୍ ନେଇଥିବା ଯୁବବର୍ଗଙ୍କୁ ଅବଧି ମୁତାବକ ୨ୟ ଡୋଜ୍ ଦିଆଯିବ। ଆସନ୍ତା ସୋମବାର ସୁଦ୍ଧା ଡିଉ ଥିବା ୨ୟ ଡୋଜ ଟିକାକରଣ ସରିଯିବ। ଏହା ପରେ ବାକିଥିବା ୧୮-୪୪ ବର୍ଗଙ୍କ ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ ହେବ। ସକାଳ ସମୟରେ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯିବ। ଅପରାହ୍ନରେ ୧୮-୪୪ ଓ ୪୫ ବର୍ଷରୁ ଉର୍ଦ୍ଧଙ୍କୁ ୨ୟ ଡୋଜ ଟିକା ଦିଆଯିବ।