ରାଜ୍ୟରେ ଜୁନ୍ ୧୭ ଯାଏ ବଢ଼ିଲା ଲକଡାଉନ୍ ଅବଧି !

ଭୁବନେଶ୍ୱର,୩୦/୦୫: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ସମୟରେ ପୂର୍ବବତ୍ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିବ । ଅନ୍ୟପଟେ ଆଜି ଏସିଏସ୍ କହିଥିଲେ ଯେ, ରାଜ୍ୟରେ ପଜିଟିଭ୍ ରେଟ୍ କମୁଛି । ୯ ଜିଲ୍ଲାରେ ପଜିଟିଭ୍ ହାର କମୁଥିବା ବେଳେ କିଛି ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ଅଧିକ ରହିଛି । ବର୍ତ୍ତମାନ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ ୧୭ ସକାଳ ୬ଟା ଯାଏଁ ଲକ୍‌ଡାଉନ୍‌ ଅବଧି ଲାଗୁ କରାଯାଇଛି। ହେଲେ ଲକ୍‌ଡାଉନ୍ ସମୟରେ ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ବାତ୍ୟା ଯୋଗୁଁ ଟେଷ୍ଟିଂ କମିଥିବାରୁ ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଛି। ଏନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି ।