ଖୋର୍ଦ୍ଧା,୨୯/୦୫(ଯୋଗେଶ୍ୱର ପଣ୍ଡା) : ଲକ ଡାଉନର ସୁଯୋଗ ନେଇ ଦେଶୀ ମଦ ମାଫିଆମାନେ ମଦ ପ୍ରସ୍ତୁତି ଓ ବିକ୍ରି କରୁଛନ୍ତି । ଏହି ଦେଶୀ ମଦ ପ୍ରସ୍ତୁତି ହେଉଥିବାର ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ଇନିସପେକ୍ଟର ଭୈରବ ସାହୁ କର୍ମଚାରୀ ମାନଙ୍କ ସହ ପହଁଚି ବ୍ୟବହୃତ ସରଞ୍ଜାମ ସହ ୭ ହଜାର ପୋଚ ଓ ୧୬୦ ଲିଟର ଦେଶୀ ମଦକୁ ନଷ୍ଟ କରିଦେଇଛନ୍ତି ।ଏହା ଖୋର୍ଦ୍ଧା ଜିଲ୍ଲା ପାଟପୁର ଶାସନ ପଞ୍ଚାୟତ ଖାରଡ଼ପଲ୍ଲୀ,କଳାପଥର ଓ କୋଟସିଂହା ଗ୍ରାମର ନିକଟସ୍ଥ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଦେଖିବାକୁ ମିଳିଥିଲା ।