ଟାଙ୍ଗୀ,୨୧/୦୫(ବିନୁ ଦାସ୍):-ସାରା ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ର ଆତଙ୍କରେ ସମସ୍ତେ ଆତଙ୍କିତ।ୟେ ପରିପ୍ରେକ୍ଷୀରେ ଓଡିଶା ମଧ୍ୟ ମହାମାରୀ କରୋନାର କରାଳ ରୂପ ଦିନକୁ ଦିନ ଉଗ୍ରରୂପ ଧାରଣ କରିଛି ଯାହା ଫଳରେ ସାରା ରାଜ୍ୟରେ ଲକ୍ ଡାଉନ ଏବଂ ସଟ୍ ଡାଉନ ରାଜ୍ୟ ସରକାର ଜାରି କରିଥିବାବେଳେ ରାଜ୍ୟବାସୀଙ୍କ ଘର ପାଖରେ ସେବା ଯୋଗେଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ରାଜସ୍ବ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ମୁତାବକ ଚିଲିକା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଅଧିବାସୀଙ୍କୁ ଜମି ପଟା,ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣ ପତ୍ର ଆଦି ଯେଉଁମାନେ ଅନ୍ଲାଇନରେ ପଞ୍ଜିକୃତ ସହ ଚିଲିକା ତହସିଲ ଅନ୍ତର୍ଗତ ବିଭିନ୍ନ ସାର୍ଟିଫିକେଟ ଆଦି ହାତପାହାନ୍ତାରେ ଯୋଗେଇ ଦେବାକୁ ଆରମ୍ଭ ହୋଇଛି ରାଜସ୍ୱ ରଥ।ଏହି ରାଜସ୍ବ ରଥ ଶୁଭାରମ୍ଭ ରେ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ଏବଂ ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ ଆରମ୍ଭ କରିବା ସହ ଚିଲିକା ଅଞ୍ଚଳବାସୀ ୟେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ରୁ ସତର୍କ ରହିବାକୁ ଏବଂ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି। ଯଥା ସମ୍ଭବ ପ୍ରଶାସନ ଜନସାଧାରଣଙ୍କ ସେବାରେ ସଜାଗ ରହିଥିବାବେଳେ ସରକାରଙ୍କ ନିୟମ ମାନନ୍ତୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।