କାଳୁପଡ଼ା ଘାଟ, ୦୨।୦୫(ବିନୁ ଦାସ୍): ଶନିବାର ବାଲୁଗାଁ ଆରପିଏଫ ଥାନା ଅଧିକାରୀ ଶ୍ରୀ ମହେଶ୍ଵର ଚନ୍ଦ୍ରରାୟଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେଶନରେ କୋଭିଡ ନିୟମ ଉଲଂଘନ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଅସାମାଜିକ କାର୍ଯକଳାପ ବିରୁଦ୍ଧରେ ସ୍ଵତନ୍ତ୍ର ସତର୍କ ଯାଞ୍ଚ କରଯାଇଥିଲା। ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ, ସହ ଉପନିରୀକ୍ଷକ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ସନତ କୁମାର ପ୍ରଧାନ, ଆରକ୍ଷୀ ଉଦ୍ଧବ ନାୟକ, ଆରକ୍ଷୀ ଅଲେଖ ବେହେରା, ଆରକ୍ଷୀ ପ୍ରଦୀପ କୁମାର ପଣ୍ଡା ବାଲୁଗାଁ ରେଳ ଷ୍ଟେଶନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନ ତଲାଶୀ କରିଥିଲେ। ଯାଞ୍ଚ ସମୟରେ ଆରପିଏଫ ଟୀମ ଷ୍ଟେଶନର ଦକ୍ଷିଣ ଭାଗରେ ଦୁଇଜଣ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଦୁଇଟି ବେଗ ସହ ପାଇ ପଚରାଉଚରା କରିଥିଲେ। ହଠାତ ଯୁବକ ଦ୍ୱୟ ସେହି ସ୍ଥାନରୁ ଖସିପଳାଇବାର ଚେଷ୍ଟା କରିଥିଲେ ଏବଂ ଆରପିଏଫ ଟୀମ ତାଙ୍କୁ କାବୁ କରିନେଇଥିଲେ। ପରେ ଯୁବକଦ୍ଵୟ କୋଦଳା ଅଞ୍ଚଳର ବୋଲି ଜଣାପଢିଥିଲା ଏବଂ ସେମାନେ କୋଦଳା ଅଞ୍ଚଳରୁ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବାର ମାନିନେଇଥିଲେ। ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷ୍ଯକ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସନ୍ଧିଗ୍ନ ବେଗ ଦୁଈଟିର ତଲାଶୀ କରାଯାଇଥିଲା ଏବଂ ଆରପିଏଫ ଅଧିକାରୀମାନେ ଯୁବକ ଦୁଇଙ୍କ ଠାରୁ ପ୍ରାୟ ୧୮ କେଜି ଗଞ୍ଜେଇ ଜବତ କରିଥିଲେ। ଆରପିଏଫ ଥାନା ଅଧିକାରୀମାନେ ଏହି ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଦୁଇ ଯୁବକଙ୍କ ବିରୁଦ୍ଧରେ ବିହିତ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରେଳବାଇ ଥାନା ଅଧିକାରୀ ବାଲୁଗାଁ ମହେଶ୍ୱର ଚନ୍ଦ୍ର ରାୟ କହିଛନ୍ତି କି ଆଗାମୀ ଦିନରେ ଆହୁରି କଡାକଡି କରାଯିବା ସହ ଷ୍ଟେସନ ପରିସରରେ ବିନା ମାସ୍କ,ଚୋରି ରାହଜନୀ ଉପରେ ରୋକ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ଉପରେ କଡ଼ା ନଜର ରଖିଛି ରେଳବାଇ ପୋଲିସ।