ଚିଲିକା ବ୍ଲକ ଗ୍ରାମସାଥୀ ସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ

କାଳୁପଡ଼ା ଘାଟ:୦୭।୦୪(ବିନୁ ଦାସ) -ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ମନରେଗା ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରୁଥିବା ଗ୍ରାମସାଥୀ ସଭ୍ୟମାନେ ବିଭିନ୍ନ ଦାବି ନେଇ ଚିଲିକା ବ୍ଲକ ବିଡ଼ିଓ ଶୁଷମା ବାରିକ ଙ୍କୁ ଅଭିଯୋଗ ଦାଖଲ କରିଛନ୍ତି।ପ୍ରାପ୍ତ ସୂଚନା ମୁତାବକ ଗ୍ରାମସାଥୀ ମାନେ କାର୍ଯ୍ୟ କରୁଥିବା ବେଳେ ବର୍ଷ ବର୍ଷ ଧରି ପରିଚୟ ପତ୍ର ପ୍ରଦାନ ନକରିବା,ଗ୍ରାମସାଥୀ ମାନଙ୍କୁ ପର୍ଯ୍ୟାପ୍ତ କାମ ନଦେବା,ମାସିକ ପଞ୍ଚାୟତ ସ୍ତରରେ ବୈଠକ ନକରିବା,ସରକାରୀ ସ୍ତରରେ ହେଉଥିବା ଅଙ୍ଗନବାଡି ଗୃହ ନିର୍ମାଣ ହେଉ କିମ୍ବା ମୋ ପୋଖରୀ ଖୋଳା ଏହିଭଳି ଜାତୀୟ କର୍ମ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ମନରେଗା କାମରେ ସାମିଲ କରାଯାଉନାହିଁ।ସୂଚନା ଥାଉକି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ରେ ସାମିଲ କରାଯାଉନାହିଁ କିମ୍ବା ସରକାରଙ୍କ ନିର୍ଦ୍ଦେଶ ମୁତାବକ ମାସିକ ୧୦ଦିନ କାମ ମଧ୍ୟ ଦେଉନାହାନ୍ତି।ଯାହା ଫଳରେ ଗ୍ରାମସାଥୀ ମାନେ ବିଭିନ୍ନ ସମୟରେ ସରକାରୀ ବଡ଼ବାବୁ ମାନଙ୍କ ଦ୍ଵାରା ନିଷ୍ପେସିତ ହୋଇ ଆସୁଛନ୍ତି। ଚିଲିକା ବ୍ଲକ ଗ୍ରାମସାଥୀ ସଙ୍ଘ ସଭାପତି ଧ୍ରୁବ ଚରଣ ବେହେରା, ସନ୍ତୋଷ ମହାନ୍ତି,ସଞ୍ଜୟ ଦାସ୍,ବିଷ୍ଣୁପ୍ରିୟା ଜେନା, ଶିବାନୀ ରଥ,ପାର୍ବତୀ ଜେନା,ଅଭିମନ୍ୟୁ ପ୍ରଧାନ ପ୍ରମୂଖ ଗ୍ରାମସାଥୀ ମାନେ ଚିଲିକା ବିଡ଼ିଓ ଶ୍ରୀମତୀ ବାରିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଆଗାମୀ ଦିନରେ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି।