ବୁଗୁଡା:୧୯/୦୩(ବୁଦ୍ଧିରାମ ସାହୁ):ଗଞ୍ଜାମ ଜିଲ୍ଲା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ମୁଖ୍ୟ ସଡ଼କ ଉପରେ ଘଟିଥିଲା ଏହିପରି ହୃଦୟ ବିଦାରକ ଦୃଶ୍ୟ । କେହିବ୍ୟକ୍ତି ଏହି ନବଜାତ ଶିଶୁକୁ ମେଡ଼ିକାଲ ସମ୍ମୁଖରେ ପକାଇ ଦେଇ ଚାଲି ଯାଇଥିବ ବେଳେ କୁକୁର ଶିଶୁଟିକୁ କାମୁଡି ଟାଣି ନେଇଥିଲା। ସେହି ନବଜାତ ପୁତ୍ର ସନ୍ତାନକୁ ଉଦ୍ଧାର କରି ମେଡ଼ିକାଲକୁ ନିଆଯାଇଥିବା ବେଳେ ନବଜାତ ପୁତ୍ର ସନ୍ତାନ୍ତଟି କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଯେହେତୁ ପୁତ୍ର ସନ୍ତାନ ହୋଇଥିବା ଯୋଗୁଁ ଅଲୋଡ଼ା ଭାବି କେହି ପକାଇନଥାନ୍ତା । ତେଣୁ ଏହା ଏକ ଅବୈଧ ସନ୍ତାନ ହୋଇଥିବା ଯୋଗୁଁ ପକାଇ ଦିଆଯାଇ ଥିବା ଅନୁମାନ କରାଯାଉଛି। ନବଜାତ ପୁତ୍ର ସନ୍ତାନଟିକୁ ଅନ୍ୟତ୍ର ନପକାଇ ମେଡ଼ିକାଲ ସମ୍ମୁଖରେ ପକାଇବା କାରଣରୁ ଅନୁମାନ କରାଯାଉଛି ଯେ ପକାଇଲା ବେଳେ ପୁତ୍ର ସନ୍ତାନଟି ଜୀବିତ ଥିଲା। ଯେଉଁ ବ୍ୟକ୍ତି ମେଡ଼ିକାଲ ସମ୍ମୁଖରେ ପକାଇଲେ ସେ ଭାବିଥିଲେ ଯେ ମେଡ଼ିକାଲକୁ ରାତ୍ରରେ ମଧ୍ୟ ଲୋକେ ଯିବା ଆସିବା କରୁଥିବା ଯୋଗୁଁ କେହିମଧ୍ୟ ଦେଖିଲେ ମେଡ଼ିକାଲକୁ ନେଇ ଛୁଆଟିକୁ ବଞ୍ଚାଇ ପାରିବ। ମାତ୍ର ସେହି ନବଜାତ ଶିଶୁ କୁକୁର ମୁହଁରେ ପଡି ମୃତ୍ୟୁ ବରଣ କଲା। ବୁଗୁଡା ପୋଲିସ ନବଜାତ ଶିଶୁର ଶବ ଜବତ କରି ୭/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।