କାଳୁପଡ଼ା ଘାଟ:-୦୭/୦୨:-ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଳକ୍ ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳରେ କେପିଏଲ୍ ୨ ଦ୍ଵିତୀୟ ସଂସ୍କରଣ ମହାଆଡ଼ମ୍ବର ରେ ଆରମ୍ଭ ହୋଇଯାଇଛି। ଏହି ସମାରୋହରେ ବିଭିନ୍ନ ପ୍ରକାରର ବାଜା ବାଣ ପଟୁଆରରେ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ସହ ଭାଗ ନେଇଥିବା ୯ ଗୋଟି ଟିମ୍ ର ଶତାଧିକ ଖେଳାଳି ଏକ ବଡ଼ ପଟୁଆରରେ ସାମିଲ ହୋଇ ଏହି ପଟୁଆରକୁ ଉପଭୋଗ କରିଥିଲେ। ଉଦଘାଟନ ଉତ୍ସବରେ କଳକଳେଶ୍ୱର ସରପଞ୍ଚ ଅସିତ୍ ନାଥ ମୁଖ୍ୟ ଅତିଥି ଭାବରେ ଖେଳକୁ ଉଦଘାଟନ କରିଥିଲେ। ଆଜିର ଖେଳ ଏଲ.ଏସ୍ ଫ୍ରେଣ୍ଡସ ବନାମ ରୟାଲ ଇଲେଭେନ ଭିତରେ ସଂଘର୍ଷପୂର୍ଣ ମ୍ୟାଚ୍ କୁ ହଜାର ହଜାର କ୍ରୀଡ଼ାପ୍ରେମୀ ଉପଭୋଗ କରିଥିଲେ ।