ବୁଗୁଡ଼ାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ,ଜନ ସ୍ଵାସ୍ଥ୍ୟ ବିଭାଗରେ ବ୍ୟତିକ୍ରମ

ବୁଗୁଡା,୨୭/୦୧(ବୁଦ୍ଧିରାମ ସାହୁ): ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଥିବା ବେଳେ ଜନ ସ୍ବାସ୍ଥ୍ୟ ବିଭାଗରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି । ଏ ଅବସରରେ ସ୍ଥାନୀୟ ମିଡିଆ କ୍ଲବରେ ସଂପାଦକ ପ୍ରଫୁଲ କୁମାର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ ନିଉ ଏରା ପବ୍ଲିକ୍ ସ୍କୁଲରେ ସଭାପତି କାଳୀ ଚରଣ ଦାଶ , ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିରରେ ସଭାପତି କାଶିନାଥ ବିଷୋୟୀ , ପିପୁଲ୍ସ କଲେଜରେ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ , ଶୋଭନୀୟ ପବ୍ଲିକ୍ ସ୍କୁଲରେ ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ , ପିପୁଲ୍ସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା , ଗୋଲିଆ ପ୍ରାଥମିକ ବିଦ୍ୟାଳୟରେ ରାଜଲକ୍ଷ୍ମୀ ଶତପଥୀ ,ତାକରଡା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦେବହରି ଚୌଧୁରୀ , ବୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁ , ମାଣିତରା କଲେଜରେ ଅଧ୍ୟକ୍ଷ ଅନୂପ କୁମାର ପଣ୍ଡା , ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟରେ ବିଇଓ ନୀଳ ମାଧବ ଷଡଙ୍ଗୀ , ସବଟ୍ରେଜେରି ଅଫିସରେ ନୂତନ ମଲ୍ଲିକ , ବ୍ଲକ କାର୍ଯ୍ଯାଳୟରେ ବିଡିଓ ତନ୍ମୟ ପାତ୍ର , ତହସିଲ କାର୍ଯ୍ଯାଳୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା , ପୋଲିସ ଥାନାରେ ଆଇଆଇସି ଚିତ୍ତ ରଞ୍ଜନ ବେହେରା , ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ଫକୀର ଚରଣ ବେହେରା , ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ , ଏନ୍ଏସି କାର୍ଯାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ , ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ବିଷ୍ଣୁ ଚରଣ ସାହୁ , କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟରେ ଅଚ୍ୟୁତାନନ୍ଦ ପାତ୍ର ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କରୋନା କଟକଣା ଯୋଗୁଁ ଏବର୍ଷ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ନଗର ଭ୍ରମଣ ଦୃଶ୍ୟ ଦେଖିବାକୁ ମିଳିନଥିବା ବେଳେ ସ୍ଥାନୀୟ ଜନ ସ୍ବାସ୍ଥ୍ୟ ବିଭାଗ ଜନରାଜ୍ୟ ଦିବସ ପାଳନକୁ ଭୂଲିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାଯାଇଛି ।