ଚିଲିକା ବିଧାୟକଙ୍କ ମାରାଥନ ଉଦଘାଟନ

କାଳୁପଡ଼ା ଘାଟ,୨୪/୦୧: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କରୋନା ମହାମାରୀ ର କଟକଣା ପରେ ଆଜି କାଳୁପଡ଼ା ଘାଟ ଅଞ୍ଚଳରେ ଯୁଦ୍ଧ କାଳୀନ ମାରାଥନ ଉଦଘାଟନରେ ସାମିଲ ହୋଇଛନ୍ତି। ଜରିପଡ଼ା ପିଡବ୍ଲୁଡ଼ି ରାସ୍ତା ଠାରୁ ତାରିମୀ ରାସ୍ତା ର ନବକଳେବର ରେ ଶୁଭ ଉଦଘାଟନ କରିଛନ୍ତି। ଏହି ଜରିପଡ଼ା ରାସ୍ତାରେ ଆଜକୁ ୧୫ ବର୍ଷ ହେବ ଗୋଡି ମୁଠାଏ ପଡିନଥିଲା। ଆଜିର ରାସ୍ତା ଉଦଘାଟନ ଉତ୍ସବରେ ସ୍ଥାନୀୟ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି। ତା ପରେ ସ୍ଥାନୀୟ ଜନସାଧାରଣ ମାନଙ୍କ ପାଇଁ ଆଧାର କେନ୍ଦ୍ର ର ଉଦଘାଟନ କରିଛନ୍ତି। ଏହି ସମାରୋହରେ ଚିଲିକା ବିଧାୟକ ପ୍ରତିନିଧି ଅଶ୍ୱିନୀ ସେଣ, କଳକଳେଶ୍ୱର ସରପଞ୍ଚ ଅସିତ୍ ନାଥ, ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ର, ମାନସିଂପୁର ସରପଞ୍ଚ ସନାତନ ବେହେରା, ଚିଲିକା ବ୍ଳକ୍ ଭାଇସ୍ ଚେଆରମ୍ୟାନ ଉତ୍କଳ ପାଇକରାୟ, ସୋରଣ ପୂର୍ବତନ ସରପଞ୍ଚ କୁଲୁ ବୈରୀରଞ୍ଜନ, ସମବାୟ ବିଧାୟକ ପ୍ରତିନିଧି ଚିଲିକା ଶେଷଦେଵ ରାୟଗୌରବ, ରୂପକ ମହାନ୍ତି ଜିଲ୍ଲା ବିଜେଡି ସେକ୍ରେଟାରୀ, ଆଲୋକ ନାୟକ ବିଜେଡି ଯୁବ ସଭାପତି ଚିଲିକା, ପ୍ରଭାତ ରାଉତରାୟ ଚିଲିକା ମଣ୍ଡଳ ସଭାପତି ବିଜେଡିଙ୍କ ସହ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ। ବିଧାୟକ ଅଞ୍ଚଳବାସୀଙ୍କର ପିଇବା ପାଣି ପାଇଁ ୩୦୦ କୋଟିର ପାନୀୟଜଳ ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବାର ସୂଚନା ଦେଇଛନ୍ତି। ବିପଦପୂର୍ଣ୍ଣ ଟାଙ୍ଗୀ କାଳୁପଡ଼ା ଘାଟ ରାସ୍ତାରେ ମରଣଜନ୍ତା ପାଲଟିଥିବା ବଡ଼ଶଙ୍ଖର ନୂତନ ବ୍ରିଜ ହେବାର ସୂଚନା ଦେଇଛନ୍ତି। ଏହା ସହ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ ପାଇଁ ନୂତନ ଦୁଇଟି ଘାଟର ବିକାଶ ସହ ଅବହେଳିତ ଜରିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତିର ବ୍ୟବସ୍ଥା ଖୁବଶୀଘ୍ର ହେବ ବୋଲି ସୂଚନା ଦେଇଥିଲେ। ପ୍ରାପ୍ତ ସୂଚନା ମୁତାବକ ଆମେ ପୂର୍ବରୁ ଜରିପଡ଼ା ଗଡ଼ ଗ୍ରାମ୍ୟ ସଡ଼କ ରାସ୍ତା ଅବସ୍ଥା ଶୋଚନୀୟ ଶୀର୍ଷକ ଖବର ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ବିଳମ୍ବରେ ହେଲେ ବି ଏହି ରାସ୍ତା ନିର୍ମାଣ ହେବାର ଶୁଭ ଉଦଘାଟନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।