ଥାନାରେ ପହଞ୍ଚିଲେ ‘ବାବା କା ଢାବା’ର ବାବା, ଫେମସ କରିଥିବା ୟୁଟ୍ୟୁବର ବିରୋଧରେ ରୁଜୁ କଲେ ମାମଲା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୦୨।୧୧: ପୁଣି ଥରେ ଚର୍ଚ୍ଚାରେ ‘ବାବା କା ଢାବା’ ବୃଦ୍ଧ ଦମ୍ପତିଙ୍କ ‘ବାବା କା ଢାବା’ କୁ ଭାଇରାଲ କରିଥିବା ଗୌରବ ୱାସନଙ୍କ ବିରୋଧରେ ପୋଲିସରେ FIR ଦେଲେ ଖୋଦ ଏହି ଢାବାର ମାଲିକ କାନ୍ତା ପ୍ରସାଦ, ଦିଲ୍ଲୀର ମାଲବ୍ୟ ନଗରରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ଅଭିଯୋଗ; ତାଙ୍କୁ ସହାୟତା ପାଇଁ ସଂଗ୍ରହ ହୋଇଥିବା ଅର୍ଥର ଗୌରବ ଅପବ୍ୟବହାର କରିଛନ୍ତି, ଏଥିସହ ଠକେଇ, ଅପରାଧିକ ଷଡଯନ୍ତ୍ରର ଅଭିଯୋଗ ମଧ୍ୟ କରିଛନ୍ତି କାନ୍ତା ପ୍ରସାଦ, ସେପଟେ ଗୌରବ ଏକ ଭିଡିଓ ଜାରି କରି ଅଭିଯୋଗକୁ ଖଣ୍ଡନ କରିଛନ୍ତିି, ସୂଚନାଯୋଗ୍ୟ; ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଜଣେ ବୃଦ୍ଧ ଦମ୍ପତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଏବଂ ଏହି ଭିଡିଓ ଭାଇରାଲ କରିଥିଲେ ଗୌରବ, ଶେଷ ସୂଚନା ଅନୁସାରେ ଏବେ ‘ବାବା କା ଢାବା’ରେ ଆଗ ଭଳି ଭିଡ଼ ଜମୁ ନାହିଁ, ଲୋକ ଏବେ ଖାଇବାକୁ କମ୍ ଏବଂ ଫଟୋ ଉଠାଇବା ପାଇଁ ବେଶୀ ଆସୁଛନ୍ତି ।