ପୁରୀ,୪/୧୦: ବିଜେଡି ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ। ତେବେ ସରକାରୀ ବାସଭବନ ଅଣାଯାଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ବାସଭବନରୁ ବିଧାନସଭାକୁ ନିଆଯିବ ମରଶରୀର । ପୂର୍ବାହ୍ମ ୯ଟାରେ ଦଳୀୟ କାର୍ଯ୍ୟାଳୟ ଆସିବ । ଏହାପରେ ପିପିଲି ସ୍ଥିତ ବାସଭବନକୁ ନିଆଯିବ । ଅପରାହ୍ମରେ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ
ପିପିଲି ନିକଟସ୍ଥ ଖୋରାପଡାରେ ୧୯୫୫ ଜୁଲାଇ-୪ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଗୋକୁଳନନ୍ଦ ମହାରଥୀଙ୍କ ସେ ହେଉଛନ୍ତି ବଡପୁଅ । ଛାତ୍ର ଜୀବନରୁ ରାଜନୈତିକ ଜୀବନ ସେ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ପ୍ରଥମଥର ପାଇଁ ସେ ପିପିଲି ନିର୍ବାଚନମଣ୍ଡଳୀରୁ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ସେ, ସେହି ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ୧୯୯୫ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ପରେ ସେ ବିଜେଡିରେ ଯୋଗଦେଇଥିଲେ ୨୦୦୦ ମସିହାଠାରୁ ଲଗାତାର ସେ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କୃଷିମନ୍ତ୍ରୀ,ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି ।