ଜୀବନ ଯୁଦ୍ଧରେ ହାରି ଗଲେ ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର,୦୪।୧୦:ରାଜନୀତି ର ମହାରଥୀ ବିଜେଡି ନେତା, ପିପିଲି ବିଧାୟକ ତଥା ପୂର୍ବତନମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରଲୋକ । ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତ୍ର ୨.୩୬ ରେ ଦେହାନ୍ତ ହୋଇଛି । ସେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ। ୧୯୮୫ ରୁ ପ୍ରଥମେ ଜନତା ପାର୍ଟି ରୁ ବିଧାୟକ ଥିଲେ । ପିପିଲି ରୁ ୭ ଥର ବିଧାୟକ ଓ କୃଷି ଓ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରୀ ଥିଲେ । ମୃତ୍ୟୁ ବେଳେ ତାଙ୍କୁ ୬୫ ବର୍ଷ ହୋଇଥିଲା ।
ଜଣେ ସାହସୀ, ନିର୍ଭୀକ ଲୋକପ୍ରିୟ ନେତା ଥିଲେ ମହାରଥୀ । ନିଜର ନାଟକୀୟ ଷ୍ଟାଇଲ ପାଇଁ ସବୁ ବେଳେ ଚର୍ଚାରେ ରହି ଆସିଛନ୍ତି ଏହି ନେତା । ହେଲେ ଆଜି ସେ ଆଉ ଡାଇଲଗ କହିବାକୁ ନାହାନ୍ତି । ତାଙ୍କ ଠାରୁ ମଜାଦାର ପ୍ରତିକ୍ରିୟା ନେବାକୁ ଅପେକ୍ଷାରତ ସାମ୍ବାଦିକଙ୍କୁ ସେ ନିରାଶ କରିଛନ୍ତି । ହସ୍ପିଟାଲ ଗଲେ ଯେ ଆଉ ଫେରିଲେ ନାହିଁ । କେବେ କୁହାଯାଉଥିଲା ‘ହାରି ନାହିଁ ମହାରଥୀ ସାରି ନାହିଁ ରାଜନୀତି’ ଆଜି ସେ କଥା ଆଉ କହି ହେଉ ନାହିଁ ।