ନୂଆଦିଲ୍ଲୀ,୨୭।୦୯: ତିନି କୃଷି ବିଲ ଉପରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ ପରେ ଆଜି ଏହାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି କୃଷି ବିଲ୍ । ତେବେ କୃଷି ବିଲକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପରିସ୍ଥିତିରେ ଆନ୍ଦୋଳନ ଚାଲିଛି। କୃଷକ ତଥା ରାଜନୈତିକ ଦଳର ଅନେକ ବିରୋଧ ଓ ହଙ୍ଗାମା ସତ୍ତ୍ୱେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍କୁ ନେଇ ନିଜର ସହମତି ପ୍ରକାଶ କରି ସାରିଛନ୍ତି । କୃଷକ ଏବଂ ରାଜନୈତିକ ଦଳମାନେ ଏହି ବିଲ୍କୁ ପ୍ରତ୍ୟାହାର କରିବା ନେଇ ଦାବି କରିଥିଲେ, ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ ।
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ କୃଷକ ଏବଂ ରାଜନୈତିକ ଦଳର ବିରୋଧ ସତ୍ତ୍ୱେ କୃଷି ବିଲ୍ରେ ରାଷ୍ଟ୍ରପତି ମାରିଲେ ମୋହର