ଭୁବନେଶ୍ୱର,୨୦।୦୯: ରାଜ୍ୟରେ ଆଜି ୪୩୩୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୫୫୬ ଜଣ କ୍ଵାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୭୭୪ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ କଟକ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏ ରହିଛନ୍ତି।
ରବିବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୭୬, ବାଲେଶ୍ଵର ୧୨୧, ବରଗଡ ୯୯, ଭଦ୍ରକ ୭୪, ବଲାଙ୍ଗୀରି ୭୯, ବୋଦ୍ଧ ୪୭, କଟକ ୫୪୯, ଦେବଗଡ ୧୨, ଢେଙ୍କାନାଳ ୬୭, ଗଜପତି ୧୬, ଗଞ୍ଜାମ ୫୧, ଜଗତସିଂହପୁର ୧୬୭, ଯାଜପୁର ୧୫୮, ଝାରସୁଗୁଡା ୧୫୩, କଳାହାଣ୍ଡି ୧୦୦, କନ୍ଧମାଳ ୧୭୮, କେନ୍ଦ୍ରାପଡ଼ା ୧୦୭, କେନ୍ଦୁଝର ୧୧୮, କୋରାପୁଟ ୯୪, ମାଲକାନଗିରି ୬୩, ମୟୂରଭଞ୍ଜ ୧୫୨, ନବରଙ୍ଗପୁର ୧୩୩, ନୟାଗଡ ୫୩, ନୂଆପଡା ୬୨, ପୁରୀ ୨୯୨, ରାୟଗଡ଼ା ୮୫, ସମ୍ବଲପୁର ୧୦୭, ସୁବର୍ଣ୍ଣପୁରରୁ ୨୫ ଓ ସୁନ୍ଦରଗଡ ଜିଲ୍ଲାରୁ ୧୨୫ ଜଣ ଏବଂ ଷ୍ଟେଟ ପୁଲରୁ ୨୨୫ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।