ଭୁବନେଶ୍ୱର : ରାଜ୍ୟରେ ଆଜି ୪୨୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୪୭୮ ଜଣ କ୍ଵାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୭୯୨ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୫୬ ରେ ପହଞ୍ଚିଛି।
ବୁଧବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୪୭, ବାଲେଶ୍ଵର ୧୫୦, ବରଗଡ ୧୮୩, ଭଦ୍ରକ ୫୫, ବଲାଙ୍ଗୀରି ୯୭, ବୋଦ୍ଧ ୨୨, କଟକ ୩୭୪, ଦେବଗଡ ୧୮, ଢେଙ୍କାନାଳ ୬୩, ଗଜପତି ୫୮, ଗଞ୍ଜାମ ୬୮, ଜଗତସିଂହପୁର ୧୮୮, ଯାଜପୁର ୧୬୨, ଝାରସୁଗୁଡା ୧୨୧, କଳାହାଣ୍ଡି ୪୪, କନ୍ଧମାଳ ୭୩, କେନ୍ଦ୍ରାପଡ଼ା ୯୯, କେନ୍ଦୁଝର ୮୭, କୋରାପୁଟ ୮୩, ମାଲକାନଗିରି ୬୪, ମୟୂରଭଞ୍ଜ ୧୩୧, ନବରଙ୍ଗପୁର ୮୬, ନୟାଗଡ ୪୭, ନୂଆପଡା ୧୧୯, ପୁରୀ ୨୮୭, ରାୟଗଡ଼ା ୮୦, ସମ୍ବଲପୁର ୧୧୪, ସୁବର୍ଣ୍ଣପୁରରୁ ୭୪ ଓ ସୁନ୍ଦରଗଡ ଜିଲ୍ଲାରୁ ୩୮ ଜଣ ଏବଂ ଷ୍ଟେଟ ପୁଲରୁ ୨୬୨ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।