ଭୁବନେଶ୍ୱର,୧୧।୦୯: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୩୯୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୩୫୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୬୩୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।
ଓଡିଶାର ୩୦ ଟି ଜିଲ୍ଲାରୁ ୩୯୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୧୩୮, ବାଲେଶ୍ୱର ୨୦୯, ବରଗଡ଼ ୯୭, ଭଦ୍ରକ ୧୧୨, ବଲାଙ୍ଗୀର ୧୨୪, ବୌଦ୍ଧ ୩୯, କଟକ ୩୫୪, ଦେବଗଡ଼ ୧୦, ଢେଙ୍କାନାଳ ୮୭, ଗଜପତି ୨୫, ଗଞ୍ଜାମ ୮୯, ଜଗତସିଂହପୁର ୧୨୨, ଯାଜପୁର ୧୧୯, ଝାରସୁଗୁଡା ୭୯, କଳାହାଣ୍ଡି ୫୮, କନ୍ଧମାଳ ୪୭, କେନ୍ଦ୍ରାପଡା ୧୩୦, କେନ୍ଦୁଝର ୬୦, ଖୋର୍ଦ୍ଧା ୬୦୬, କୋରାପୁଟ ୯୩, ମାଲକାନଗିରି ୪୭, ମୟୁରଭଞ୍ଜ ୧୬୦, ନବରଙ୍ଗପୁର ୧୫୧, ନୟାଗଡ଼ ୭୭, ନୂଆପଡା ୧୦୩, ପୁରୀ ୨୭୯, ରାୟଗଡା ୧୦୫, ସମ୍ବଲପୁର ୯୧, ସୋନପୁର ୯୧ , ସୁନ୍ଦରଗଡ ରୁ ୮୮ ଓ ଷ୍ଟେଟ ପୁଲ ରୁ ୨୦୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୪୩,୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪,୪୫୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧,୦୮,୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।