ବାଣପୁର, ୧୦/୦୯ : କରୋନାର ସାଙ୍ଘାତିକ ଆମନ୍ତ୍ରଣ ଘାରିଛି ବାଣପୁର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ । ବହୁ ସଂଖ୍ଯାରେ କର୍ମଚାରୀ କରୋନା ସଂକ୍ରମିତ ହେବାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସର୍ବସାଧାରଣ ରୋଗୀଙ୍କୁ ବାରଣ କରାଯାଇଛି । ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ଅଧିକାରକୁ କ୍ଷୁର୍ଣ୍ଣ କରିଛି ବାଣପୁର ସ୍ୱାସ୍ଥ୍ୟ ବିଭାଗ । ଆଜିଠାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବାଣପୁର ଡାକ୍ତରଖାନା ସଟଡାଉନ ରଖାଯିବା କଥା ଜନସାଧାରଣରେ ଆଲୋଡନ ସୃଷ୍ଟି କରୁଛି । ଏ ସଂକ୍ରାନ୍ତରେ କୌଣସି ସରକାରୀ ନିର୍ଦ୍ଦେଶନାମା ସମ୍ବନ୍ଧରେ ଜାଣିବାକୁ ଚାହିଁଲେ ସେପରି କିଛି ଥିବାପରି ମନେହେଉନାହିଁ, ଏ ବିଷୟରେ ସ୍ଥାନୀୟ ତହସିଲଦାର, ଏନ.ଏ.ସି କାର୍ଯନିର୍ବାହୀ ଅଧିକାରୀ, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ, ଇତ୍ୟାଦି ମହୋଦୟଙ୍କୁ ଆମପ୍ରତିନିଧି ପଚାରିବାରେ ସେମାନେ ନିଜ ନିଜର ଅଜ୍ଞତା ପ୍ରକାଶ କରିଛନ୍ତି । ଏ ପ୍ରକାର ସଟଡାଉନ ନିଷ୍ପତିକୁ ଜନସାଧାରଣଙ୍କ ଗୋଚରାର୍ଥେ କୌଣସି ପଦକ୍ଷେପ ନିଆଯାଇନାହିଁ କିମ୍ବା ବିକଳ୍ପ ବ୍ୟବସ୍ଥାର ପ୍ରଚାର ପ୍ରସାର କରାଯାଉନାହିଁ । ଏ ପ୍ରକାର ହାବଭାବ ସର୍ବସାଧାରଣଙ୍କୁ ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି । ଏହାଦ୍ୱାରା ସରକାରୀ ଅର୍ଥର ଅପବ୍ୟବହାର ଓ ବାଟମାରଣା ବ୍ୟବସ୍ଥାକୁ ସନ୍ଦେହ ନକରି ରହି ହେବ ନାହିଁ । ଏଠାରେ ଅଧିକାରୀ ମାନଙ୍କ ମନମାନୀ ବ୍ୟବସ୍ଥା ଆଜି ସମସ୍ତଙ୍କୁ ବ୍ୟଥିତ କରିଦେଇଛି ।