ରାଜ୍ୟରେ ଆଜି ୩୪୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ ମୃତ ଜାଣନ୍ତୁ କେଉଁ ଜିଲ୍ଲାରୁ ।

ଭୁବନେଶ୍ୱର,୦୮।୦୯: ରାଜ୍ୟରେ ଆଜି ୩୪୯୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୦୯୪ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୩୯୬ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଆଜି କରୋନାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ପୁରୀରୁ ୩ ଜଣ ଚିହ୍ନଟ ଥିବାବେଳେ ଗଞ୍ଜାମ, ମୟୂରଭଞ୍ଜ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ କଟକ, କନ୍ଧମାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ରହିଛନ୍ତି।
ମଙ୍ଗଳବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୩୮, ବାଲେଶ୍ଵର ୯୨, ବରଗଡ ୮୧, ଭଦ୍ରକ ୮୯, ବଲାଙ୍ଗୀରି ୧୧୦, ବୋଦ୍ଧ ୨୫, କଟକ ୩୭୬, ଦେବଗଡ ୨୭, ଢେଙ୍କାନାଳ ୮୧, ଗଜପତି ୫୩, ଗଞ୍ଜାମ ୬୯, ଜଗତସିଂହପୁର ୯୧, ଯାଜପୁର ୧୭୮, ଝାରସୁଗୁଡା ୧୦୩, କଳାହାଣ୍ଡି ୩୯, କନ୍ଧମାଳ ୮୪, କେନ୍ଦ୍ରାପଡ଼ା ୮୫, କେନ୍ଦୁଝର ୫୫, କୋରାପୁଟ ୯୩, ମାଲକାନଗିରି ୨୨, ମୟୂରଭଞ୍ଜ ୨୦୭, ନବରଙ୍ଗପୁର ୪୦, ନୟାଗଡ ୩୪, ନୂଆପଡା ୧୦୨, ପୁରୀ ୨୧୭, ରାୟଗଡ଼ା ୧୨୦୬, ସମ୍ବଲପୁର ୮୫, ସୁବର୍ଣ୍ଣପୁରରୁ ୧୦୭ ଓ ସୁନ୍ଦରଗଡ ଜିଲ୍ଲାରୁ ୬୪ ଜଣ ଏବଂ ଷ୍ଟେଟ ପୁଲରୁ ୧୦୨ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।