ଭୁବନେଶ୍ୱର: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୩୮୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨୮୬ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫୨୪ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।
ଓଡିଶାର ୩୦ ଟି ଜିଲ୍ଲାରୁ ୩୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୭୩, ବାଲେଶ୍ୱର ୧୨୦, ବରଗଡ଼ ୩୯୬, ଭଦ୍ରକ ୧୦୭, ବଲାଙ୍ଗୀର ୪୩, ବୌଦ୍ଧ ୨୯, କଟକ ୩୨୨, ଦେବଗଡ଼ ୭, ଢେଙ୍କାନାଳ ୫୧, ଗଜପତି ୨୦, ଗଞ୍ଜାମ ୧୦୮, ଜଗତସିଂହପୁର ୬୭, ଯାଜପୁର ୨୫୨, ଝାରସୁଗୁଡା ୧୯୨, କଳାହାଣ୍ଡି ୫୭, କନ୍ଧମାଳ ୪୫, କେନ୍ଦ୍ରାପଡା ୧୦୩, କେନ୍ଦୁଝର ୮୪, ଖୋର୍ଦ୍ଧା ୭୯୭, କୋରାପୁଟ ୮୪, ମାଲକାନଗିରି ୩୭, ମୟୁରଭଞ୍ଜ ୧୪୨, ନବରଙ୍ଗପୁର ୭୮, ନୟାଗଡ଼ ୬୨, ନୂଆପଡା ୯୩, ପୁରୀ ୧୧୭, ରାୟଗଡା ୧୦୧, ସମ୍ବଲପୁର ୮୩, ସୋନପୁର ୧୦୬ , ସୁନ୍ଦରଗଡ ରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଓଡିଶାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ମୃତକଙ୍କ ମଧ୍ୟରୁ ଗଜପତିରୁ ୪ ଜଣ, ଖୋର୍ଦ୍ଧା, କେନ୍ଦୁଝର ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୨୪,୦୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯,୬୫୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୩ ହଜାର ୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।