ଆଜିର ରାଶିଫଳ (ଶନିବାର)

ଭାଦ୍ର (ସିଂହ) ସେପ୍ଟମ୍ବର ୫ ତାରିଖ ୨୦୨୦
ମେଷ – ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ବୃଷ – ମନରେ ଅସନ୍ତୋଷ ଦେଖାଦେବ। ଶରୀର ସାମାନ୍ୟ ଅସୁସ୍ଥ ରହିପାରେ। ଆୟ ସ୍ଥିର ରହିବ।
ମିଥୁନ – କାର୍ଯ୍ୟ ସଫଳ ଯୋଗ ରହିଛି। ସହଯୋଗ ମିଳିବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
କର୍କଟ – ଦୂରଯାତ୍ରା କରିପାରନ୍ତି। ବନ୍ଧୁ ମିଳନ ଘଟିବାର ଯୋଗ ରହିଛି। ସୁଖାଦ୍ୟ ପ୍ରାପ୍ତି ହୋଇପାରେ। ସିଂହ – ମାନସିକ ଦୁର୍ବଳତା ଦେଖାଦେଇପାରେ। ସହଯୋଗ ମିଳିବ। ଆୟ ଠିକ ରହିବ।
କନ୍ୟା – ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ସହଯୋଗ ମିଳିବାରେ ବାଧା ସୃଷ୍ଟି ହୋଇପାରେ। ମନ ବ୍ୟାକୁଳିତ ହୋଇପାରେ। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବାର ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବ।
ବିଛା – ଦୁଃସାହସିକ କାର୍ଯ୍ୟ କରିପାରନ୍ତି। ବନ୍ଧୁମାନେ ସହଯୋଗ କରିବେ। ଆୟ ଠିକ ରହିବାର ସମ୍ଭାବନା ରହିଛି।
ଧନୁ – ମାନହାନୀ ଘଟିବାର ଯୋଗ ରହିଛି। ଆୟ କମ ହୋଇପାରେ। ଭଗବାନ ହନୁମାନଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ବାଦବିବାଦ ଲାଗି ରହିବ। ମାନସିକ ଚିନ୍ତା ବୃଦ୍ଧି ହୋଇପାରେ। ଆୟ ସାମାନ୍ୟ କମିବାର ସମ୍ଭାବନା ରହିଛି।
କୁମ୍ଭ – ମନ ପ୍ରସନ୍ନ ରହିବ। ଆୟ ଭଲ ହୋଇପାରେ। ସହଯୋଗ ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମୀନ – ଆଶାହେବେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ। ଦିନଟି ମଧ୍ୟମ ଫଳ ଦାୟକ ହେବ।