ଯାଜପୁର,୦୪।୦୮: ଯାଜପୁରରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ । ଜିଲ୍ଲାର ବରୀ ବନ୍ୟାଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ବରୀ ବ୍ଲକର ଚନ୍ଦନପୁର, ମନ୍ଦାରୀ ଓ ସେରପୁର ଅଂଚଳ ଗସ୍ତ କରି ସେଠିକାର ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟରେ ବରୀ ଚଳିତ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମାତ୍ର ତିନିଦିନ ରିଲିଫ୍ ବ୍ୟବସ୍ଥା କରାଯାଇଥିବା ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିସହିତ ବରୀର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଗୁଡିକ ମଧ୍ୟରୁ ଅଧିକାଂଶ ମଣିଷକୃତ ବୋଲି ଅଭିଯୋଗ ହେଉଛି ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିରୋଧିଦଳ ନେତା ଶ୍ରୀ ନାୟକ ଦାବି କରିଥିଲେ । ବିରୋଧୀ ଦଳ ନେତାଙ୍କ ଏହି ଗସ୍ତ ସମୟରେ ବିରୋଧିଦଳ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ମାଝୀ, ଜିଲା ବିଜେପି ସଭାପତି ଗୌତମ ରାୟ,ଜିଲ୍ଲା ବିଜେପି ସମ୍ପାଦକ ସୂରଜଲାଲ୍ ସାମଲ,ପୁର୍ବତନ ବିଜେପି ଜିଲ୍ଳା ସଭାପତି ପବିତ୍ର ମୋହନ ଦାସ, ବରୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ, ବରୀ ବ୍ଲକ ଅଧ୍ୟକ୍ଷା ସୁଵାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।