ଆଜି ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ସହିତ ନେଇଛି ୧୦ ମୁଣ୍ଡ ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୩୧।୦୮: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୨୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୬୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦୪୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏକ ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା।

ଓଡିଶାର ୩୦ ଟି ଜିଲ୍ଲାରୁ ୨୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୧୪, ବାଲେଶ୍ୱର ୧୦୩, ବରଗଡ଼ ୮୨, ଭଦ୍ରକ ୪୭, ବଲାଙ୍ଗୀର ୪୨, ବୌଦ୍ଧ ୯, କଟକ ୨୩୬, ଦେବଗଡ଼ ୩, ଢେଙ୍କାନାଳ ୬୭, ଗଜପତି ୭, ଗଞ୍ଜାମ ୧୯୦, ଜଗତସିଂହପୁର ୮୨, ଯାଜପୁର ୧୦୩, ଝାରସୁଗୁଡା ୮୫, କଳାହାଣ୍ଡି ୬୩, କନ୍ଧମାଳ ୧୭, କେନ୍ଦ୍ରାପଡା ୧୨୮, କେନ୍ଦୁଝର ୮୬, ଖୋର୍ଦ୍ଧା ୬୧୬, କୋରାପୁଟ ୧୨୭, ମାଲକାନଗିରି ୮୦, ମୟୁରଭଞ୍ଜ ୭୨, ନବରଙ୍ଗପୁର ୧୮, ନୟାଗଡ଼ ୯୧, ନୂଆପଡା ୧୬, ପୁରୀ ୪୬, ରାୟଗଡା ୫୪, ସମ୍ବଲପୁର ୭୮, ସୋନପୁର ୨୧ , ସୁନ୍ଦରଗଡ ରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି ।

ଆଜି ପୁଣି କରୋନା ନେଇଛି ୧୦ ମୁଣ୍ଡ । ଯାହାକୁ ମିସାଇ ରାଜ୍ୟରେ ମୋଟ କାରଣରୁ ମୃତ୍ୟୁ ସଂଖ୍ୟା ୪୯୨ କୁ ବୃଦ୍ଧି ପାଇଛି । ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗଞ୍ଜାମ ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଦାରୁ ୩ ଜଣେ, ନୟାଗଡ଼ରୁ ଜଣେ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କରୋନା ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୦୩,୫୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯,୭୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।