ଭୁବନେଶ୍ୱର: JEE, NEET ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା କେନ୍ଦ୍ର ଥିବା ସହର ଗୁଡ଼ିକରେ ଲକ୍ଡାଉନ୍/ସଟ୍ଡାଉନ୍ କଟକଣା ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଆସନ୍ତାକାଲିଠୁ ୭ ତାରିଖ ଯାଏ ଲାଗୁ ହେବନି ଲକ୍ଡାଉନ୍/ସଟ୍ଡାଉନ୍ କଟକଣା। ସେହିପରି ସେପ୍ଟେମ୍ବର ୧୨ରୁ ୧୪ ଯାଏ ମଧ୍ୟ ଲାଗୁ ହେବନି ଏହି କଟକଣା। କଟକଣା ଲାଗୁ ନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ କାଲିଠୁ ୭ ତାରିଖ ଯାଏ ଲାଗୁ ଲକ୍ଡାଉନ୍ ବା ଶଟ୍ଡାଉନ୍ ଲାଗୁ ହେବନି। ସେହିପରି ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା। ପ୍ରକାଶ ଥାଉକି କି, ଓଡ଼ିଶାର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଜେଇଇ ମେନ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ୬ ତାରିଖ ଯାଏଁ ଅନୁଷ୍ଠିତ ହେବ । ରାଜ୍ୟର ୭ଟି ସହରରେ ୩୭ ହଜାର ପ୍ରାର୍ଥୀ ପରୀକ୍ଷାରେ ଅଂଶଗ୍ରହଣ କରିବେ । ରାଜ୍ୟ ସରକାର ଏହି ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏପରିକି ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ପହଂଚିବା ପର୍ଯ୍ୟନ୍ତ ଓ ପରୀକ୍ଷା କେନ୍ଦ୍ରରୁ ନିଜର ଗୃହ ଜିଲ୍ଲାକୁ ଆସିବା ପାଇଁ ମାଗଣାରେ ପରିବହନ ବ୍ୟବସ୍ଥା କରିଥିବା ଗତକାଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।