ଯାଜପୁର,୨୮/୦୮: ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଆମେ ବିପଦରେ ସାଥି” ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଇ ମାନବିକତା ଦେଖାଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଓ ଶାଖା ବୁଢ଼ା ନଦୀରେ ଜଳସ୍ତର ବୃଦ୍ଧି ପାଇ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ହୋଇ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଆଜି “ଆମେ ବିପଦରେ ସାଥି” ତରଫରୁ ଯାଜପୁର ଜିଲ୍ଲାର ମାଳଆନନ୍ଦପୁର ,ଗୋଳେଇପୁର ଓ ପାଣିକୋଇଲି ଆଦି ପଞ୍ଚାୟତର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ସହିତ ପାଣି ଘେରରେ ଫସି ରହିଥିବା କିଛି ଲୋକଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ଅନୁଷ୍ଠାନର ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।