ଭୁବନେଶ୍ଵର,୨୪।୦୮ : ରାଜ୍ୟରେ ଆଜି ୨୯୪୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୨୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୪୭୯ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାଛଡା ଆଜି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ଦୁଇ ଜଣ, କଟକ, ନୟାଗଡ, ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ସୋମବାର ବିଭାଗ ଦେଇଥିବା ୩୦ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୧୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୮ ଜଣ, ବରଗଡ ୬୨ ଜଣ, ଭଦ୍ରକରୁ ୬୬ ଜଣ, ବଲାଙ୍ଗୀରି ୫୭ ଜଣ, ବୌଦ୍ଧ ୩ ଜଣ, କଟକରୁ ୫୮୯ ଜଣ, ଦେବଗଡ ୨ ଜଣ, ଢେଙ୍କାନାଳ ୧୩ ଜଣ, ଗଜପତି ୩ ଜଣ, ଜଗତସିଂହପୁରରୁ ୫୧ ଜଣ, ଯାଜପୁର ୨୧୫ ଜଣ, ଝାରସୁଗୁଡା ୨୦ ଜଣ, କଳାହାଣ୍ଡି ୩୦ ଜଣ, କନ୍ଧମାଳ ୩୪ ଜଣ, କେନ୍ଦ୍ରାପଡ଼ାରୁ ୫୬ ଜଣ, କେନ୍ଦୁଝର ୩୦ ଜଣ, ଖୋର୍ଦ୍ଧାରୁ ୪୭୪ ଜଣ, କୋରାପୁଟ ୧୮୧, ମାଲକାନଗିରି ୭୮, ମୟୂରଭଞ୍ଜ ୧୫୬ ଜଣ, ନବରଙ୍ଗପୁର ୨୬ ଜଣ, ନୟାଗଡ଼ରୁ ୯୩ ଜଣ, ନୂଆପଡା ୨ ଜଣ, ପୁରୀ ୮୬ ଜଣ, ରାୟଗଡା ୧୪୩ ଜଣ, ସମ୍ବଲପୁର ୧୦୪ ଜଣ, ସୋନପୁର ୨୬ ଜଣ ଓ ସୁନ୍ଦରଗଡ଼ରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି।