ଭୁବନେଶ୍ୱର,୧୨।୦୮: ଆଜି ରାଜ୍ୟ କ୍ୟାବିନେଟ ଅପରାହ୍ନ ୦୫.୩୦ ରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ଯୋଗଦେବେ। ବିଶେଷ ସୂତ୍ରରୁ ଖବର ମିଳିଛି ବୈଠକରେ ୧୮ ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ରାଜସ୍ୱ ବିଭାଗର ୨ ଟି, ପଞ୍ଚାୟତିରାଜ ବିଭାଗ ର ୬ ଟି, ଶ୍ରମ ଓ ସ୍ୱାସ୍ଥ୍ୟ ବିଭାଗର ୨ ଟି ଲେଖାଏଁ, ଆଇନ, ଶକ୍ତି, ଅର୍ଥ ଓ ଜଳ ସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।
ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ଲୋକସେବା ଭବନରେ କିଛି ମନ୍ତ୍ରୀ ଉପସ୍ଥିତ ରହିବେ । ଏହା ସହ ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ମନ୍ତ୍ରୀମାନେ ଯୋଗଦେବେ ।