ଚିଲିକା, ବାଲୁଗାଁରେ ସଟଡାଉନର ଭୁଲ ନୋଟିସ ।

ବାଲୁଗାଁ, ୧୦/୦୮: ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ଆସନ୍ତା ୧୧.୦୮.୨୦ ସନ୍ଧ୍ୟା ୭ଘଟିକା ଠାରୁ ୧୪.୦୮.୨୦ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ସଟଡାଉନ କରିବା ନିମନ୍ତେ ବାଲୁଗାଁ ଓ ଚିଲିକା ପ୍ରଶାସନର ଅନୁରୋଧରେ ଉପଜିଲ୍ଲାପାଳଙ୍କ ଅନୁମୋଦନ ମିଳିଛି, ଏହି ସମୟ ସୀମା ମଧ୍ୟରେ ଜନ ସାଧାରଣଙ୍କ ଚଳ ପ୍ରଚଳକୁ ସମ୍ପୂର୍ଣ କଟକଣା କରିଦିଆଯାଇଛି ।

ଏହି ଉପଜିଲ୍ଲାପାଳଙ୍କର ସଟଡାଉନ ବିଷୟ ଚିଠି ସଂଖ୍ୟା ୩୬୩୨/୧୦.୦୮.୨୦୨୦ର ସତ୍ୟତା ଉପରେ ସନ୍ଦେହ ହୋଇପାରେ କିମ୍ବା ତଳିଆ କର୍ମଚାରିଙ୍କର ଉପଜିଲ୍ଲାପାଙ୍କ ଉପରେ ହାକିମାତି ହୋଇପାରେ । ଚିଠି ଅନୁସାରେ ଦାୟିତ୍ଵ ବହନ କରୁଥିବା ଅଧିକାରୀମାନଙ୍କର ନାମ ଓ ସେମାନଙ୍କର କାର୍ଯ୍ୟ ବିବରଣୀରୁ ଜଣା ପଡୁଛି କି ପ୍ରଶାସନର ସଟଡାଉନ ପଛରେ ଉଦ୍ଦେଶ୍ୟ କଣ ଓ କି ପ୍ରକାର କାର୍ଯ୍ୟକାରିତା ହୋଇପାରିବ । ଏଠି ଏହା ସ୍ପଷ୍ଟ କୁହାଯାଇପାରେ ଚିଲିକା ବ୍ଲକ ରେ ଜଣେ ସ୍ଵତନ୍ତ୍ର CDPO ଥିବା ବେଳେ ତାଙ୍କ ବଦଳରେ କାହିଁକି ବାଣପୁର ବ୍ଲକର CDPOଙ୍କ ନାମ ଦର୍ଶାଗଲା ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ନିରୀକ୍ଷଣ ପାଇଁ ଚିଲିକା ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ବଦଳରେ ବୋଲଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାହିଁକି ଦାଇତ୍ଵରେ ରଖାଗଲା । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଚିଲିକା ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚିଲିକା ବ୍ଲକ CDPOଙ୍କର କାର୍ଯ୍ୟଦକ୍ଷତା ଉପରେ ଜିଲ୍ଲା ପ୍ରଶାସନର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଉପରୋକ୍ତ ଚିଠି ମୁତାବକ ଏହି ସମୟ ସୀମା ମଧ୍ୟରେ ESSENTIAL COMMODITY ଓ Sanitary ଯୋଗାଣ ପାଇଁ ABDO ଚିଲିକା ଅପରାଜିତା ସ୍ଵାଇଁ ଓ EO Balugaon NAC ଆକ୍ରୀତି ଗୋୟଙ୍କା , SANITIZATION ପାଇଁ ବାଲୁଗାଁ Fire Stationର Station Officer, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିରୀକ୍ଷଣ, Testing, Tracing ଇତ୍ୟାଦି ପାଇଁ ବାଲୁଗାଁ CHCର Medical Officer ଡ଼ାଃ ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ପ୍ରତି ଘରକୁ ଘର ପହଞ୍ଚି Survey ପାଇଁ ଚିଲିକା ବ୍ଲକର CDPO Smt. Bidyutprava Rath ଓ ଏ ସମସ୍ତ ବ୍ୟବସ୍ଥାକୁ ନିରୀକ୍ଷଣ ପାଇଁ ଚିଲିକା BDO ଶ୍ରୀମତୀ ସୁଷମା ବାରିକ ଏବଂ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର ଦାୟିତ୍ଵରେ ରହିଛନ୍ତି କିନ୍ତୁ ସବୁଥର ପରି ଏହି ପ୍ରକାର ଦାୟିତ୍ଵ କାଗଜ କଲମରେ ସୀମିତ ରହି ନାମକୁ ମାତ୍ର ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି । ଏହି ସଟଡାଉନ ବେଳେ ଅବମାନନା ହେଲେ କଡା କଡି ଭାବରେ ଜୋରିମାନା ଅଦାୟ ହେବାର ଯୋଜନା ହେଉଛି । ଜନ ସାଧାରଣଙ୍କ ଦାବି, TeleMedicineର ସୁବିଧା କରାଯାଇ ଦାୟିତ୍ୟରେ ଥିବା ସମସ୍ତ ଅଧିକାରୀ ମାନଙ୍କର ବ୍ୟକ୍ତିଗତ ମୋବାଇଲ ନମ୍ବର ଓ ବିକଳ୍ପ ଯୋଗାଯୋଗ ସାର୍ବଜନୀନ କରାଯାଇ ଜରୁରୀକାଳୀନ ଭିତିରେ ଗୁରୁତ୍ଵର ସହିତ ଉପଯୁକ୍ତ କର୍ଣ୍ଣପାତ କରିବା ହୁଅନ୍ତୁ ଏବ॰ ଯୋଗାଯୋଗ ମୋବାଇଲ ନମ୍ବର ସଦା ସର୍ବଦା ସକ୍ରିୟ ଓ ନେଟୱର୍କ ଭିତରେ ରହିବା ପାଇଁ ଯତ୍ନବାନ ହୁଅନ୍ତୁ । ଏ ପ୍ରକାର ନିଷ୍ପତିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରାଯାଉ ।