ନୂଆଦିଲ୍ଲୀ,୦୩।୦୮: ରୋଷେଇ ଗ୍ୟାସ୍ ସିଲିଣ୍ଡର ଉପରେ ଚଳିତ ମାସ ସବସିଡ୍ ମିଳିବନି। ସରକାର ମଇ ମାସରୁ ଏହାକୁ ବନ୍ଦ କରିଦେଇଛନ୍ତି। ଜୁନ ଓ ଜୁଲାଇରେ ଉପଭୋକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଡ୍ ବାବଦ ରାଶି ଯାଇନଥିବା ବେଳେ ବେଳେ ଅଗଷ୍ଟ ମାସରେ ମଧ୍ୟ ଆସିବନି ବୋଲି ଜଣାପଡିଛି।
ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ଏପ୍ରିଲ ମାସରେ ହ୍ରାସ ପାଇଥିଲା। ଫଳରେ ମଇ ମାସରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ମୂଲ୍ୟ କମିଥିଳା ପ୍ରାୟ ୧୬୨ଟଙ୍କା ୫୦ ପଇସା। ଏହି ମୂଲ୍ୟ ଫଳରେ
ସବସିଡ୍ ଯୁକ୍ତ ଓ ବିନା ସବସିଡ୍ ଗ୍ୟାସ୍ ମୂଲ୍ୟ ସମାନ ହୋଇଯାଇଛି। ଅଗଷ୍ଟ ମାସରେ ଏଲପିଜି ଦରରେ କୌଣସି ପରିବର୍ତ୍ତନ ହୋଇନି। କିନ୍ତୁ ସରକାର ସବସିଡ୍ ଦେବା ବନ୍ଦ କରିଦେଇଛନ୍ତି। ମଇ ଗ୍ୟାସ୍ ମୂଲ୍ୟ ପରିବର୍ତ୍ତନ ସମୟରୁ ଏହାକୁ ହଟାଇ ଦିଆଯାଇଛି।
ଅନ୍ୟପକ୍ଷରେ ବିନା ସବସିଡ୍ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଅନେକ ହ୍ରାସ ହୋଇଥିବାରୁ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ବୃଦ୍ଧି ହୋଇଛି। ତେଣୁ ପ୍ରଚଳିତ ବ୍ୟବସ୍ଥାରେ ଥିବା ଅନ୍ତର ପ୍ରାୟ ଦୂର ହୋଇଥିବାରୁ ସରକାର ରନ୍ଧନ ଗ୍ୟାସସିଲିଣ୍ଡର ଉପରୁ ସବସିଡି ପ୍ରତ୍ୟାହାର କରିଛନ୍ତି।