ଭୁବନେଶ୍ୱର,୧।୮: ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ୧୩୯ , କଟକରୁ ୭୮ , ସୁନ୍ଦରଗଡ଼ରୁ ୫୮ , ଗଜପତିରୁ ୪୯ , ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧ , ପୁରୀରୁ ୨୮, ନୟାଗଡ଼ରୁ ୨୨ , ବାଲେଶ୍ୱରରୁ ୨୦, କୋରାପୁଟରୁ ୧୮ , ମାଲକାନଗିରିରୁ ୧୬ , ନବରଙ୍ଗପୁରରୁ ୧୩ , କନ୍ଧମାଳରୁ ୧୦ , ସମ୍ବଲପୁରରୁ ୧୦ , ଯାଜପୁରରୁ ୯ , କେନ୍ଦ୍ରାପଡ଼ାରୁ ୯ , ଜଗତସିଂପୁରରୁ ୮ , ବରଗଡ଼ରୁ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।