ଭୁବନେଶ୍ୱର, ୨୮/୦୭: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସରେ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ କରିଚନ୍ତି ମୁଖ୍ୟମନ୍ତ୍ରୀ । ପ୍ଲାଜମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଛି । ଏହା ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ପୁର୍ବରୁ ଏସସିବି ସମେତ ୩ଟି କୋଭିଡ଼ ହସ୍ପିଟାଲରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି ।