ନିଲମ୍ବିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର

ଭୁବନେଶ୍ୱର:୨୬।୦୭: ରାଜ୍ୟ ସରକାର ଆଜି କାର୍ଯ୍ୟରେ ଅବହେଳା ଅଭିଯୋଗରେ କଳାହାଣ୍ଡି ଡେପୁଟି କଲେକ୍ଟର ଅନିସା ଦାସଙ୍କୁ ନିଲମ୍ବିତ କରିଛନ୍ତି।

ପୂର୍ବରୁ ଏହି ଓଏଏସ ଅଧିକାରିଣୀ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେ ତହସିଲଦାର ଥିଲେ। କିଛି ଦିନ ତଳେ ଖଣି ମାଫିଆ ଙ୍କ ସହ ମଧୁଚନ୍ଦ୍ରିକା ରେ ରହି ଜଣେ ଖଣି ମାଫିଆଙ୍କ ମୋରାମ ଟ୍ରକ କୁ ବିନା ଆର୍ଥିକ ଦଣ୍ଡରେ ଛାଡିବା ପାଇଁ ପାଇଁ ପୋଲିସ ଅଧିକାରୀଙ୍କୁ କହିଥିଲେ। ଏହାର ଏକ ଅଡିଓ କ୍ଲିପ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଜଣେ ମଧ୍ୟସ୍ଥି ଯିଏ ଓଏଏସ ଅଫିସର ଓ ଖଣି ମାଫିଆଙ୍କ ସାଜିଥିଲେ ଗିରଫ ହୋଇଛନ୍ତି। ଏହି ଭଳି ଅଭିଯୋଗ ଆସିବା ପରେ ଅଧିକାରିଣୀ ଜଣଙ୍କୁ କଳାହାଣ୍ଡି ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା।