ଭୁବନେଶ୍ୱର: ବିପିୟୁଟି ଶେଷ ସେମିଷ୍ଟାର ପରୀକ୍ଷାର୍ଥୀ ଙ୍କ ପାଇଁ ଖୁସି ଖବର। ଅନଲାଇନ୍ ପରୀକ୍ଷା ରେ ଅକୃତକାର୍ଯ୍ୟ ହେଲେ ଅଫ୍ ଲାଇନ୍ ପରୀକ୍ଷା ରେ ପୁଣି ମିଳିବ ସୁଯୋଗ। ଏନେଇ ବିପିୟୁଟି କୁଳପତିଙ୍କ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁଥିରେ ଉଲ୍ଲେଖ ଅଛି ଯେ, ଯଦି ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷାରେ କୃତକାର୍ଯ୍ୟ ନ ହୁଅନ୍ତି, ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ।
ସ୍ୱାଭାବିକ ସ୍ଥିତି ହେବା ପରେ, କଲେଜ ଖୋଲିବ ଏବଂ ସେହି ସମୟରେ ବିଶ୍ଵ ବିଦ୍ୟାଳୟ ତରଫରୁ ଏକ ଅଫ୍ ପରୀକ୍ଷା କରାଯିବା। ଅକୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ପୁଣିଥରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ପୂର୍ବରୁ କେବଳ ଅନ୍ ଲାଇନ୍ ପରୀକ୍ଷା ଦେଇ ନଥିବା ଛାତ୍ର ଛାତ୍ରୀ ଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ଘୋଷଣା ହୋଇଥିଲା। ମାତ୍ର ବର୍ତ୍ତମାନ ମହାମାରୀ ସ୍ଥିତିକୁ ଦେଖି ବିଶ୍ଵ ବିଦ୍ୟାଳୟ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି।