ବାଣପୁରରେ ବିପ୍ଳବ ନ୍ୟୁଜର ଖବର ସତ୍ୟ ହେଲା , କରୋନା ତାର ବିକଟାଳ ପ୍ରକଟ କଲା ।

ବାଣପୁର ୨୪/୦୭ : ପ୍ରଶାସନ ବିଫଳତା ଆଜି ପଦାରେ ପଡି ହାଟରେ ଗଡିଲା । ଖୁବ କମ ଦିନରେ କରୋନା ବହୁ ପ୍ରକାଶିତ ହୋଇ ଆତଙ୍କ ମଚାଇ ସର୍ବସାଧାରଣଙ୍କୁ ଆକ୍ରମଣ ମୁଡରେ ଅଛି । ଆଞ୍ଚଳିକ ବାସିନ୍ଦାମାନେ ସାବଧାନ ରୁହନ୍ତୁ । ଏହି ସମୟରେ କରୋନା ଯୋଦ୍ଧାମାନେ ବି ସଂକ୍ରମଣର ସହଯୋଗୀ ହୋଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷକ କରୋନା ଯୋଦ୍ଧା ମାନଙ୍କ ମଧ୍ୟରୁ ୧୦ ଜଣ କରୋନା ସଂକ୍ରମିତ ହେବ କଥା, ଏବେ କୋର୍ଟ କଚେରୀ ଠାରୁ ନେଇ ସରକାରୀ ଦପ୍ତରି ଓ ସାଧାରଣରେ କୋକୟା ଭୟର କାରଣ ହୋଇଛି । ଏଥି ସହିତ ପୁଣି ଲୋକାଲ କେସର ନୂତନ ସଂକ୍ରମଣ ସଂଖ୍ୟା ୨୦ ରେ ପହଞ୍ଚିଛି ଏତେ ସଙ୍ଖକ ସଂକ୍ରମିତ ଚିହ୍ନଟ ଶୀର୍ଷକୁ ଛୁଇଁଛି । ଆଜି ସୁଧା ୯୯ କେସ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଚିହ୍ନଟ ହୋଇଛନ୍ତି । ବିପ୍ଳବ ନ୍ୟୁଜର ନିବେଦନ ରୋଗକୁ ଘୃଣା କରନ୍ତୁ କିନ୍ତୁ ରୋଗୀଙ୍କୁ ନୁହେଁ । ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ ନାମାକୁ ଧ୍ୟାନ ଦିଅନ୍ତୁ ଓ ସଙ୍କ୍ରମିତଙ୍କ ଆରୋଗ୍ୟରେ ସହାୟ ହୁଅନ୍ତୁ