ଅନୁଗୁଳ ୨୩/୦୭ : ସନ୍ଦେହ ସଫଳ ହେଲା । ଅନୁଗୁଳ ସହରର ଏକ ମଦ ଦୋକାନ ଗୋଷ୍ଠୀ ସଂକ୍ରମଣର କାରଣ ହେଲା । ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ ସେଲ୍ସମ୍ୟାନ୍ ପଜିଟିଭ୍ ବାହାରିଥିଲେ । ଏହି ମଦ ଦୋକାନ ଲିଙ୍କ୍ରୁ ୪ଟି ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଏଥିରେ ଦୁଇ ଜଣ ଅବକାରୀ ବିଭାଗର ଅଧିକାରୀ ରହିଥିବା ବେଳେ ମଦ ଦୋକାନ ମାଲିକଙ୍କ ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଜଣ ପଜିଟିଭ୍ ନେଇ ସୂଚନା ଦିଆଯାଇଛି । ଉଦ୍ବେଗର ପ୍ରସଙ୍ଗ ହେଲା, ସମ୍ପୃକ୍ତ ଅବକାରୀ ବିଭାଗର ଦୁଇ ଅଧିକାରୀ ଶହ ଶହ ଲୋକଙ୍କ ସହ ମିଶିଛନ୍ତି । ସେହିପରି ଆକ୍ରାନ୍ତ ଡ୍ରାଇଭର ଓ ତାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସ୍ଥାନୀୟ ସଂକ୍ରମଣ ଆଶଙ୍କା ରହିଛି । ସରକାରୀ କଟକଣା ରେ ମଦ ଦୋକାନ ପରିଚାଳନା ଏକ ଫୁ ମାତ୍ର, ଏହି କାରଣରୁ ଦ୍ରୁତ ଗତିରେ କରୋନା ତାର ଭୂତାଣୁ ବାଣ୍ଟିବା ପରେ କେବଳ ଜିଲ୍ଲା ପ୍ରଶାସନର ନିଦ ହଜିନି, ବରଂ ସହରବାସୀଙ୍କ ମଧ୍ୟରେ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍ କରାଯାଇଥିବା ଜଣାପଡ଼ିଛି ।