ବାଣପୁରରେ ଗୋଷ୍ଠୀ ସଂକ୍ରମଣର ରୁପ ନେଲା କରୋନା !

ବାଣପୁର ୨୩/୦୭ : ବାଣପୁରରେ କରୋନା ତାର କରାଳ ରୂପ ବିକଶିତ କରି ସାରିଛି । ଗତ କିଛି ଦିନ ଧରି ଆତଙ୍କ ରାଜ ଚଳାଇ ଥିବା କରୋନା ଆଜି ସମସ୍ତଙ୍କ ଭିତରେ ଛନକା ହୋଇ ପସିଛି । ଏ ସବୁ ସତ୍ଵେ ପ୍ରଶାସନର ନିର୍ଭର ପ୍ରତିଶୃତି ପାଣିର ଗାର ପାଲଟିଛି । ନିକଟ ଅତୀତରେ ଲୋକାଲ କେଶ ବଢିଚାଲିଥିବା ସତ୍ଵେ ଆଜି କରୋନା ଯୋଦ୍ଧା ଓ ତାଙ୍କ ପରିବାର ସମେତ ୫ଟି ସଂକ୍ରମଣ ଘଟଣା ସ୍ତମ୍ଭୀଭୂତ କରିଦେଇଛି । ଆଜି ବାଣପୁର ସରକାରୀ ଡାକ୍ତରଖାନାର ଜଣେ ସ୍ଟାଫ ନର୍ସ ଓ ତାଙ୍କର ୨ ଜଣ ପରିବାର ସଦସ୍ୟ କରୋନା ଆକ୍ରାନ୍ତ ହେବା ସହିତ ଅତୀତ ସଂକ୍ରମିତ ସଫେଇ କର୍ମଚାରୀଙ୍କ ମାଆଙ୍କ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣର ବାର୍ତ୍ତା ଦେଉଅଛି । ଏଥି ସହିତ ସଙ୍ଘରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବା ବିଷୟ ବସ୍ତୁ ମାନ ବିସ୍ଵସ୍ଥ ସୂତ୍ରରୁ ପ୍ରକାଶ । କରୋନାର ଏ ସବୁ କରାଳ ରୂପ ସତ୍ଵେ ଉକ୍ତ ଅଞ୍ଚଳରେ ବିଷୋଧିକରଣ, ଉଚିତ ସର୍ବେକ୍ଷଣ ଓ କରୋନା ସମନ୍ଧିତ ଶୃଙ୍ଖଳା ଦାଇତ୍ଵ ମାନ ପ୍ରତି ପ୍ରସାଶନ ଆଜି ନୀରବ ଦ୍ରଷ୍ଟା ସାଜିଥିବା କଥା ସର୍ବସାଧାରଣ ରେ ପ୍ରଶ୍ନ ବାଚୀ ସ୍ତୁଷ୍ଟି କରୁଛି ।