ଭୁବନେଶ୍ୱର,୧୭।୦୭:ଭୁବନେଶ୍ୱର ୟୁନିଟ-୪ନମ୍ବର ମାଛ ମାର୍କେଟରେ ୭ଜଣ ମାଛ ଦୋକାନୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଉକ୍ତ ଦୋକାନଗୁଡ଼ିକୁ ସିଲ କରି ଦିଆଯାଇଛି । ସିଲ ହେବା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାର୍କଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି ।
ଗତ ୭ଦିନ ମଧ୍ୟରେ ଏହି ମାଛ ମାର୍କେଟକୁ ମାଛ କିଣିବାକୁ ଆସିଥିବା ଲୋକମାନଙ୍କୁ ନିଜ ଆଡୁ ହୋମ କ୍ୱାରେନଟିନରେ ରହିବା ପାଇଁ ବିଏମସି ପକ୍ଷରୁ ନିବେଦନ କରାଯାଇଛି । କାରଣ ଏହି ୭ଦିନ ଭିତରେ କରୋନା ଚିହ୍ନଟ ହୋଇଥିବା ମାଛ ଦୋକାନୀଙ୍କ ସଂସ୍ପର୍ଶରେ ଲୋକମାନେ ଆସିଥିବା ନେଇ ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ, ଗତ ୨ଦିନ ମଧ୍ୟରେ ୭ଜଣ ମାଛ ଦୋକାନୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ଗତ ବୁଧବାର ଜଣେ ମାଛ ବ୍ୟବସାୟୀଙ୍କ ଠାରେ ଏବଂ ଗୁରୁବାର ୬ ମାଛ ବିକାଳିଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଡିଏ ଏବଂ ବିଏମସି ଜଏଂଟ ଏନଫୋର୍ସସ୍କ୍ଵାର୍ଡ ଟିମ୍ ମାଛ ମାର୍କେଟରେ ଏହି କଟକଣାକୁ ଜୋରଦାର କରିଛନ୍ତି ।
ଏବେ କଡା ପୁଲିସ ପହରା ମଧ୍ୟରେ ୟୁନିଟ ୪ ମାଛ ମାର୍କେଟ । ତେବେ ଏହି ଅଂଚଳରେ ଘର କରି ରହୁଥିବା ଲୋକମାନେ ପୁଲିସର ଅନୁମତି ନେଇ ଜରୁରୀ କାମରେ ଯାତାୟାତ କରି ପାରିବେ।