ଭୁବନେଶ୍ବର୧୭।୭: ୟୁନିଟ୍ -୪ ମାର୍କେଟ୍ ସିଲ୍ । ଭୁବନେଶ୍ବରରେ କେତେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ୟୁନିଟ୍ -୪ ମାର୍କେଟକୁ ସିଲ୍ କରାଯାଇଛି । ଏହାଛଡା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍ କରାଯାଇଥିବା ବି.ଏମ୍.ସି ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ବିଏମ୍ସି ଗୋଟେ ପରେ ଗୋଟେ କଡ଼ା ନିଷ୍ପତ୍ତି ନେଉଛନ୍ତି।