ଅହମଦାବାଦ :ଗୁଜରାଟ ୭ଟା ୪୦ ମିନିଟ ଓ ଆସାମରେ ସକାଳ ୭ଟା ୫୭ ମିନିଟରେ ଆଜି ଭୂକମ୍ପ ଅନୁଭୂତ ହୋଇଛି। ରାଜକୋଟରେ ୪.୫ ଓ କରିମଗଞ୍ଜରେ ଭୂକମ୍ପର ତୀବ୍ରତା ୪.୧ ଥିଲା। ତେବେ ଭୂକମ୍ପରେ କେହି ଆହତ ହୋଇନଥିବା ଜଣାପଡିଛି। ସେହିପରି ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଭୋର ୪ଟା ୪୭ ମିନିଟରେ ପୁଣିଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୩ ରହିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଗୁଜରାଟରେ ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟରେ ପୃଷ୍ଠରୁ ୧୦ କିମି ଗଭୀରରେ ଥିଲା। ଆସାମରେ ଭୂକମ୍ପ କେନ୍ଦ୍ରସ୍ଥଳ କରିମଗଞ୍ଜ ଜିଲ୍ଲାରେ ପୃଷ୍ଠରୁ ୧୮ କିମି ଗଭୀରରେ ହୋଇଥିବା ଜଣାପଡିଛି।