ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍

ମୁମ୍ବଇ : ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ପିତା ଅମିତାଭ କରୋନା ପଜିଟିଭ ଆସିବା ପରେ ୪୪ ବର୍ଷୀୟ ଅଭିଷେକ ବଚ୍ଚନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମଗ୍ର ବଚ୍ଚନ ପରିବାର ଏବଂ ସେମାନଙ୍କ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଷେକ ବର୍ତ୍ତମାନ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଅଭିଷେକ ଓ ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରର ଅବଶିଷ୍ଟ ସଦସ୍ୟମାନେ ମଧ୍ୟ ସେଠାରେ ଅଛନ୍ତି।