ଲେଖକ ତଥା ପ୍ରାବନ୍ଧିକ ବିଶ୍ବବିଜୟୀ ଦାଶ ସମ୍ବର୍ଦ୍ଧିତ

ମେ ମାସ ପହିଲାରେ ପ୍ରଗତିବାଦୀର ଜନ୍ମ ଦିବସ ପାଳିତ ହୋଇଯାଇଛି। ପ୍ରଗତିବାଦୀର ପ୍ରତିଷ୍ଠାତା, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତାର ପ୍ରତୀକ ତଥା ବିଶିଷ୍ଟ ରାଜନେତା ପ୍ରଦ୍ୟୁମ୍ନ ବଳଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରତିଷ୍ଠା ଦିବସ ଅବସରରେ ପ୍ରଗତିବାଦୀ ନିୟମିତ ଲେଖକ ମାନଙ୍କୁ ସମ୍ବନ୍ଧିତ କରିଥାଏ।ପ୍ରଗତିବାଦୀର ଜନ୍ମଦିନର ଆୟୋଜିତ ସାରସ୍ବତ ସମାରୋହରେ ସଭାପତି ଭାବେ ଅଧ୍ୟାପକ ତଥା ପ୍ରାବନ୍ଧିକ ଶ୍ରୀ ବିଶ୍ବରଞ୍ଜନ,ଉଦଘାଟିକା ଭାବେ ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନ ର ନିର୍ଦ୍ଦେଶିକା-ସମ୍ପାଦିକା ଡ଼ ଅରୁନ୍ଧତୀ ଦେବୀ, ମୁଖ୍ୟବକ୍ତା ଭାବେ ସାହିତ୍ୟାନୁରାଗୀ ରାଜନେତା ତଥା ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଗାଳ୍ପିକ ତଥା ଅନୁବାଦକ ଶ୍ରୀ ରାଧୁ ମିଶ୍ର,ମୁଖ୍ୟ ଅତିଥି ଭାବେ କଟକର ଜଣେ ସାଧାରଣ ସମ୍ବାଦ ପତ୍ର ବିତରକ ଶ୍ରୀ ଦୀନବନ୍ଧୁ ଦେହୁରୀ‌,ପ୍ରଗତିବାଦୀର ଅଧ୍ୟକ୍ଷା ଶ୍ରୀମତୀ ଶାଶ୍ବତୀ ବଳ କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ‌।ଏହି ଅବସରରେ ଅତିଥି ମାନେ ପ୍ରଗତିବାଦୀର ଜଣେ ନିୟମିତ ଲେଖକ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ଗ୍ରାମର ବିଶ୍ବବିଜୟୀ ଦାଶଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ସେ ପ୍ରଗତିବାଦୀ ସହ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଆଦି ଲେଖିଥାନ୍ତି ଏବଂ ଶ୍ରୀ ଦାଶଙ୍କ ସମ୍ପାଦନା ରେ ବାଣପୁର ମାଟିରୁ ବ୍ରଜବିଳାସ ନାମକ ସାହିତ୍ୟ ଇ-ପତ୍ରିକା ପ୍ରକାଶିତ ହେଉଅଛି।