ଭାରତୀୟ ଜନତା ପାର୍ଟିର “ସାଙ୍ଗଠନିକ ପର୍ବ (ନିର୍ବାଚନ) ପାଇଁ ଏକ କର୍ମଶାଳା” ବ୍ରହ୍ମପୁର ସେଲିବ୍ରେସନ୍ ଠାରେ ଅନୁଷ୍ଠିତ

ବ୍ରହ୍ମପୁର, ୩/୧୧ : ଭାରତୀୟ ଜନତା ପାର୍ଟିର “ସାଙ୍ଗଠନିକ ପର୍ବ (ନିର୍ବାଚନ) ପାଇଁ ଏକ କର୍ମଶାଳା” ବ୍ରହ୍ମପୁର ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ରିଟର୍ନିଙ୍ଗ୍ ଅଫିସର୍ ପ୍ରତାପ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ସରୋଜ ସାବତ, ବରିଷ୍ଠ ନେତା ସୁରେଶ ପାଢ଼ୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରଶାନ୍ତ ନାୟକ, ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ କରିଥିଲେ । ଗତ ସେପ୍ଟେମ୍ବର ୨ ତାରିଖରୁ ବିଜେପି ନିଜର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା I କୋଟିଏ ନୂତନ ସଦସ୍ୟଙ୍କୁ ଦଳ ସହିତ ଯୋଡ଼ିବାକୁ ଲକ୍ଷ୍ୟ ଥିଲା । ଏବେ ସୁଦ୍ଧା ପ୍ରାୟ ୫୪ ଲକ୍ଷ ସଦସ୍ୟ ଦଳ ସ‌ହିତ ଯୋଡ଼ି ହେଲେଣି । ଏବେସୁଦ୍ଧା ଅନଲାଇନ୍ ଯେଗେ ପ୍ରାୟ ୫୨ଲକ୍ଷ ଲୋକ ବିଜେପିର ସଦସ୍ୟ ହୋଇଛନ୍ତି। ଅଫଲାଇନ୍‌ରେ ପ୍ରାୟ ୨ଲକ୍ଷ ସଦସ୍ୟତା ନେଇଛନ୍ତି । ଗଞ୍ଜାମ ସାଙ୍ଗଠନିକ ଜିଲ୍ଲାରେ ଅନଲାଇନରେ ୪ ଲକ୍ଷରୁ ଉର୍ଦ୍ଧ ସଦସ୍ୟ ହୋଇଛନ୍ତି। ଅଫଲାଇନରେ ସଦସ୍ୟ ଯୋଡ଼ିବା ପ୍ରକ୍ରିୟା ଚାଲିଛି । ଏବେ ସକ୍ରିୟ ସଦସ୍ୟ ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖରୁ ବୁଥସ୍ତରୀୟ ନିର୍ବାଚନ ଆରମ୍ଭ ହେବ। ଏହା ପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ପାଇଁ ସାଂଗଠନିକ ନିର୍ବାଚନ ହେବ ବୋଲି ଜିଲ୍ଲା ରିଟର୍ନିଙ୍ଗ୍ ଅଫିସର୍ ପ୍ରତାପ କୁମାର ମିଶ୍ର ସୂଚନା ଦେଇଛନ୍ତି । ଯେଉଁମାନେ ନିଜ ନିର୍ବାଚନମଣ୍ଡଳୀରୁ ୫୦ଜଣଙ୍କୁ ସଦସ୍ୟ କରିବେ ବା ପୂରା ରାଜ୍ୟରୁ ୧୦୦ ଜଣଙ୍କୁ ସଦସ୍ୟ କରାଇଥିବେ କେବଳ ସେହିମାନେ ହିଁ ସକ୍ରିୟ ସଦସ୍ୟ ହୋଇପାରିବେ । ଯେଉଁମାନେ ସକ୍ରିୟ ସଦସ୍ୟ ହେବେ ସେମାନେ ଦଳର ବିଭିନ୍ନ ଦାୟୀତ୍ଵ ଓ ପଦପଦବୀରେ ରହିପାରିବେ ବୋଲି ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ । ନିର୍ବାଚନକୁ ଶୃଙ୍ଖଳିତ ଓ ସୁରୁଖୁରୁରେ କରିବା ପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପ୍ରତାପ ମିଶ୍ର ଗଞ୍ଜାମ ଜିଲ୍ଲା ରିଟର୍ନିଙ୍ଗ୍ ଅଫିସର ନିଯୁକ୍ତି ହୋଇଛନ୍ତି । ତାଙ୍କୁ ସହଯୋଗ କରିବାକୁ ଦୁଇ ଜଣଙ୍କୁ ଦାୟୀତ୍ୱ ଦିଆଯାଇଛି । ସହ ଜିଲ୍ଲା ରିଟର୍ନିଙ୍ଗ୍ ଅଫିସର୍ ଭାବେ ସୁରେଶ ପାଢ଼ୀ ଏବଂ ସିଦ୍ଧାନ୍ତ ଗଙ୍ଗଦେବଙ୍କୁ ଦାୟୀତ୍ଵ ଦିଆଯାଇଛି । ତିନି ଜଣିଆ ସକ୍ରିୟ ସଦସ୍ୟ ଗ୍ରହଣୀୟତା କମିଟି ଗଠନ କରାଯାଇଛି । ଏଥିରେ ସରୋଜ ସାବତ, ଗଙ୍ଗାଧର ଶତପଥି, ପ୍ରଶାନ୍ତ ନାୟକ ଅଛନ୍ତି । ଗଞ୍ଜାମ ଜିଲ୍ଲା ସଦସ୍ୟତା ପ୍ରମୁଖ ପ୍ରଭାତ କିରଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ମିଡ଼ିଆ ସେଲ୍ ପେନାଲିଷ୍ଟ ଟି.ଗୋପି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ରଶ୍ମିରେଖା ମହାପାତ୍ର,ସମ୍ପାଦକ ପଦ୍ମ ଚରଣ ସାହୁ,ଲକ୍ଷ୍ମୀ ପଣ୍ଡା,ବାଳକୃଷ୍ଣ ସାମନ୍ତରା,ରତ୍ନଗର୍ଭା ସରସ୍ଵତୀ ଦେବୀ,ନିବେଦିତା ପାଢ଼ୀ,ଏସ୍.ରାଣୀ,ସୂର୍ଯ୍ୟମଣି ପାତ୍ର,କର୍ପୋରେଟର ସବିତା ସାହୁ,ବନିତା ସାହୁ,ବ୍ରହ୍ମପୁର ବିଧାନସଭା ସଦସ୍ୟତା ପ୍ରଭାରୀ ବନମାଳୀ ସେଠୀ,ରାମ ପ୍ରସାଦ ସାମଲ,ରାଜେଶ କୁମାର ସାହୁ,ଗୋୖରୀ ସାମନ୍ତରା,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ପ୍ରଦୀପ ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି କୀର୍ତ୍ତନ ଦାସ,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦ୍ୟୁସ୍ମିତା,ମଧୁସ୍ମିତା ଠାକୁର୍ ପ୍ରମୁଖଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ, ପ୍ରାଥମିକ ସଦସ୍ୟ, ସକ୍ରୀୟ ସଦସ୍ୟ ଓ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୁନିଲ କୁମାର ସାହୁ
ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ,
ଭାରତୀୟ ଜନତା ପାର୍ଟି ।