ବେଆଇନ ଭବେ ନାଗାବଳି ନଦୀ ରୁ ବାଲି ଚୋରା ଚୋରା ଚାଲାଣ ବେଳେ ଟ୍ରାକ୍ଟର ଜବତ l

ରାୟଗଡା, (ଅମୁଲ୍ୟ ନିଶଙ୍କ)-ରାୟଗଡା ଜ଼ିଲ୍ଲା ର ଚିରସ୍ରୋତା ନାଗବଳି ନଦୀ ଅବବାହିକା ରେ ଅବସ୍ଥିତ ମାଲିଗାଁ ରାଜସ୍ବ ସର୍କିଲ ର କୋତାପେଟା ଗାଁ ନିକଟର ନଦୀ ଘାଟରୁ ଦୀର୍ଘ ଦିନ ଧରି ବେଆଇନ ଭାବେ କେତେକ ବାଲି ମାଫିଆ ଅହରହ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି l ମାଇନିଙ୍ଗ କି ରାଜସ୍ୱ ବିଭାଗ ର ବିନା ଅନୁମତି ଭବେ ବାଲି ଚାଲାଣ ଦୀର୍ଘ ଦିନ ଧରି ଚାଲିଆସିବା ନେଇ ସ୍ଥାନୀୟ ଗ୍ରାମବାସୀ ଜ଼ିଲ୍ଲା ପ୍ରସାଶନ, ପୋଲିସ ପ୍ରସାଶନ କୁ ଜଣାଇଥିଲେ l ପ୍ରସାଶନ ଏହାକୁ ଗୁରୁତ୍ୱ କୁ ନେଇ ଘଟଣା ଉପରେ ତୀକ୍ଷିଣ ଦୃଷ୍ଟି ରଖି ଥିଲେ l କୋତାପେଟା ନାଗାବଳି ନଦୀ କୁଳରୁ 5 ଗୋଟି ଟ୍ରାକ୍ଟର ଯୋଗେ ବାଲିଚୋରା ଚାଲାଣ ବେଳେ ମାଇନିଙ୍ଗ ଅଧିକାରୀ ଓ ଚାନ୍ଦିଲି ପୋଲିସ ମିଳିତ ଭାବେ ଛଡାଉ କରାଜାଈ ବାଲି ନେଉଥିବା 5ଟି ଟ୍ରାକ୍ଟର କୁ ଜବତ କରିଥିଲେ ଓ ତାହା ସହିତ 20 ହଜାର ଟଙ୍କା ହିସାବରେ 1 ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି l ସ୍ଥାନୀୟ କୋତାପେଟା ବାସିନ୍ଦା ଙ୍କ କହିବା ଅନୁଯାଇ ଏହୁ ନାଗାବଳି ନଦୀକୂଳ ରେ ବହୁ ଗ୍ରାମ ଅବସ୍ଥିତ କିନ୍ତୁ କେତେକ ବାଲିମାଫିଆ ସ୍ଥାନୀୟ କେତେକ ବ୍ୟକ୍ତିଙ୍କ ସହାୟତା ରେ ଏହି ନଦୀ ବାଲିପଟା ଓ ନଦୀ ଗର୍ଭରୁ ବାଲି ଉଠେଇ ନେବା ଦ୍ୱାରା ନଦୀ ର ସ୍ରୋତ ଅଧିକ ପ୍ରଖର ହେବା ସହିତ ନଦୀ ଓସାରିଆ ହୋଇ କୁଳ ଖାଉଛି ଗାଁ ଗୁଡିକୁ ବିପଦ ଆସିବାରେ ଲାଗିଛି l କୋତାପେଟା ଠାରେ ଅବସ୍ଥିତ ପୋଲ ତଳୁ ବାଲି ଉଠାଇବା ଉଠାଇବା ଦ୍ୱାରା ପୋଲ ର ପିଲାର ପ୍ରତି ମଧ୍ୟ୍ୟ ବିପଦ ରହିଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସୂଚନା ଯୋଗ୍ୟଯେ ପୂର୍ବରୁ ପଥର ଖାଦନ ଓ ବାଲିଘାଟ ମାନ ରାଜସ୍ୱ ବିଭାଗ ଅଧୀନରେ ରହିଥିଲା ସେହି ସମୟରେ ଆର ଆଇ ଓ ତହସିଲଦାର ନିୟମିତ ଭାବେ ଯାଞ୍ଚ କରି ଜରିମାନା ଆଦାୟ କରିବା ସହିତ ଚୋର ଚାଲାଣ ରୋକିବାରେ ସମର୍ଥ ହେଉଥିଲେ କିନ୍ତୁ ବର୍ତମାନ ରାଜସ୍ୱ ବିଭାଗ ଅଧିନରୁ ବାଲିଘାଟ ଓ ପଥର ଖାଦନ ମାଇନିଙ୍ଗ ବିଭାଗ ହାତକୁ ଚାଲିଯିବା ପରେ ବିଭାଗୀୟ ମାଇନିଙ୍ଗ ଅଧିକାରୀ ଯାଞ୍ଚ କରୁନଥିବାରୁ ନାଗାବଳି ନଦୀରୁ ଚୋର ରେ ବାଲି କୋତାପେଟା ରୁ ଆରମ୍ଭ କରି କେରଡା ପର୍ଯ୍ୟନ୍ତ ନାଗାବଳି ନଦୀକୂଳ ରୁ ବେଆଇନ ଭାବେ ଓଡିଶା ରୁ ଆନ୍ଧ୍ର କୁ ଚୋରାରେ ବାଲିଚଲାଣ ହେଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l