ଗୋଇଲୁଣ୍ଡି ମୁଖ୍ୟ ରାସ୍ତାରେ ଉଦ୍ଘlଟିତ ହେଲା ହେଲୋ ଡକ୍ଟର କ୍ଲିନିକ

ବ୍ରହ୍ମପୁର:୨୩/୩(ଶ୍ରୀକାନ୍ତ କୁମାର ବେହେରା): ଗୋଇଲୁଣ୍ଡି ମୁଖ୍ୟ ରାସ୍ତାରେ ଉଦ୍ଘlଟିତ ହେଲା ହେଲୋ ଡକ୍ଟର କ୍ଲିନିକ । ସୁଭ ଉଦଘାଟନ କାର୍ଯ୍ୟକ୍ରମରେ ଡା.କାହ୍ନୁ ପାତ୍ର , ଢା . ରାଜେନ୍ଦ୍ର କୁମାର , ଡା . ସୁଚିତ୍ରା ସାହୁ , ଡା . ସରୋଜ ମିଶ୍ର ମୁଖ୍ୟା ରୁପେ ଉପସ୍ଥିତ ରହିଥିଲେ । ସ୍ଵାସ୍ଥ୍ୟ ସେବା ଘର ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ କ୍ଲିନିକର ଉଦ୍ଘାଟନ କରଯାଇଛି l କ୍ୟାନ୍ସର ଭଳି ବିରଳ ରୋଗର ସଚେତନତା ଗାଁ ଗାଁ ରେ କରାଯିବ ଏବଂ ସମସ୍ତ ପ୍ରକାର ରୋଗର ଚିକିତ୍ସା ସୁବିଧା ଏବଂ ଫାର୍ମାସି , ପାଥୋଲୋଜି ଆଦି ସୁବିଧା ହେଲୋ ଡକ୍ଟର କ୍ଲିନିକ୍ ରେ ଉପଲବ୍ଧ ରଖାଯାଇଛି ବୋଲି କହିଛନ୍ତି ଡା , ମୈତ୍ରୀ ପରିଡା l ବିଶେଷଜ୍ଞଙ୍କ ଦ୍ଵାରା ଚିକିତ୍ସା ସେବା ଘରକୁ ଯୋଗାଇ ଦିଆଯିବ,ଘରକୁ ଘର ଯାଇ ରକ୍ତ ପରୀକ୍ଷା , ଔଷଧ ବିତରଣ ସହ ଘରକୁ ଯାଇ ଡାକ୍ତରମାନେ ଚିକିତ୍ସା କରିବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଗଣେଶ କୁମାର ନାୟକ ଓ ରାକେଶ ପଣ୍ଡା କହିଛନ୍ତି । କ୍ଲିନିକ୍ ଉଦ୍ଘଟନ କାର୍ଯ୍ୟରେ ସଞ୍ଜୟ କୁମାର ସ୍ବାଇଁ , ସୁଶାନ୍ତ କୁମାର ଲେଙ୍କା , ଅଜୟ ପରିଡା , ଦିବ୍ୟ ପଟ୍ଟନାୟକ ସମେତ ହେଲୋ ଡକ୍ଟର କ୍ଲିନିକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।