ମଣିପୁର ୨୧/୦୬ : ଆଜି ସନ୍ଧ୍ୟା ୪.୧୬ ରେ ମଣିପୁରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପଡୋଶୀ ରାଜ୍ୟ ମିଜୋରାମର ନଗୋପା ଅଞ୍ଚଳଠାରୁ ୯ କିଲୋମିଟର ଦୂରରେ ଅବସ୍ଥିତ। ଡିଜିପି କଣ୍ଟ୍ରୋଲ ରୁମ କହିବା ଅନୁସାରେ ମଣିପୁରରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର ରିପୋର୍ଟ ଆସିନାହିଁ। (ଏଜେନ୍ସି)