ଆସନ୍ତା କାଲିର ବିରଳ ସୂର୍ୟ ପରାଗ |

ଭୁବନେଶ୍ୱର : ଆସନ୍ତାକାଲି ବଳୟ ସୂର୍ଯ୍ୟପରାଗ। ଭାରତର ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟୋପରାଗ ଦେଖାଯିବ। ଅନ୍ୟ ସବୁ ଅଞ୍ଚଳରେ ଆଂଶିକ ପରାଗ ଦୃଶ୍ୟହେବ। ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେବ। ତେଣୁ ଓଡ଼ିଶାରେ ଆଂଶିକ ପରାଗ ଦେଖାଯିବ।

ରବିବାର ପୂର୍ବାହ୍ନ ୧୦ଟା ୨୦ରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଦିନ ୨ଟା ୨୦ରେ ଶେଷ ହେବ। ମଧ୍ୟାହ୍ଣ ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଘଟିତ ହେବ। ଓଡ଼ିଶାରେ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଭିନ୍ନ ରହିବ। ଭୁବନେଶ୍ଵରରେ ଏହା ପୂର୍ବାହ୍ନ ୧୦ଟା ୩୮ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହେବ। ସର୍ବାଧିକ ସଂଘଟିତ ସମୟ ରହିଛି ୧୨ଟା ୨୬ ମିନିଟ। ଏ ସମୟରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୫ ପ୍ରତିଶତ ଘୋଡ଼ାଇ ଦେବ। ସେଥିପାଇଁ ଆଜି (ଶନିବାର) ରାତି ୧୦ଟା ୧୪ରୁ ହାଣ୍ଡିଛାଡ। ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଗ୍ରହଣ ଓ ପୂଜାପାଠ ମନା। ଗର୍ଭବତୀ ମହିଳାମାନେ ସୂର୍ଯ୍ୟପରାଗ ସମୟରେ ଘରୁ ବାହାରକୁ ବାହାରିବା ଅନୁଚିତ।