ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ରାୟଗଡା,୦୫/୦୨(ଅମୁଲ୍ୟ ନିଶଙ୍କ):ରାୟଗଡା ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରାୟଗଡା ଠାରେ ଅନୁଷ୍ଠିତ ହୋଇଯାଇଛି। ସକାଳ ଦଶ ଘଟିକା ସମୟରେ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସାହିତ୍ୟର ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଯୋଗଦେଇ ଓଡିଆ ଭାଷା ଓ ସାହିତ୍ୟର ସୂରକ୍ଷା ଓ ଅଗ୍ରଗତି ଦିଗରେ ମହାମନୀଷୀ ଙ୍କ ଅବଦାନକୁ ନମନ କରିବା ସହ ଓଡିଶା ସରକାରଙ୍କ ଏତାଦୃଶ ବୈପ୍ଳବିକ ଚିନ୍ତାଧାରାକୁ ଭୂୟସୀ ପ୍ରସଂଶା କରିଥିଲେ । ଯୁବପିଢି ଏହାର ଅଗ୍ରଗତି ନିମନ୍ତେ ଚେଷ୍ଟିତ ହେବାପାଇଁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତାଭାବେ ଡ: ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ସାମ୍ପ୍ରତିକ ସ୍ଥିତି ଓ ଆଗାମୀ ଦିନର ଅସ୍ମିତା ବିଷୟରେ ଆଲୋଚନାକରି ସାହିତ୍ୟର ବିକାଶଶୀଳତା, ରୋଜଗାରକ୍ଷମତା ଓ ଗଣତାନ୍ତ୍ରିକତା ଦିଗରେ କାର୍ଯ୍ୟକ୍ରମ ହେବା ବିଧେୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ବବିଳତା ସରାଫ, ହିନ୍ଦୀ ପ୍ରଧ୍ୟାପକ ଡ: ଭାଗବାନ ବିଶ୍ଵାଳ, ରାୟଗଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା କୁମାରୀ କର,ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ. ଅତିରିକ୍ତ ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ସଭାପତିତ୍ଵ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ଅପରାହ୍ଣରେ ପୁରଷ୍କାର ବଣ୍ଟନ କରାଯାଇଥିଲା। ବିଭିନ୍ନ ବ୍ଳକ ତରଫରୁ ଷ୍ଟଲ୍ ମାଧ୍ୟମରେ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସଚେତନତା ସୃଷ୍ଟି କରାଯାଇଥିଲା ।